ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର 'ତୁ ମୋ ଡ୍ରମଗାର୍ଲ'ର ଅଡିଓ ଉନ୍ମୋଚନ ହୋଇଯାଇଛି । ଭୁବନେଶ୍ବରର ଗୌରୀ କଟେଜରେ ଏହି ରିଲିଜ ହୋଇଛି । gds ଫାଉଣ୍ଡେସନ ଟ୍ରଷ୍ଟର ଏହା ଦିତ୍ୱୀୟ ଅବଦାନ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି ରଶ୍ମୀ ରଞ୍ଜନ ସାମଲ । ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ ଆଉ ଗୀତକୁ ଶବ୍ଦରେ ସଜାଇଛନ୍ତି ବୈଦନାଥ ଦାସ ।
ନାୟକ ଭାବେ ନଜର ଆସିଛନ୍ତି ନବାଗତା ଶୁଭମ ଆଉ ନାୟିକା ସାଜିଛନ୍ତି ପ୍ରିୟଙ୍କା । ଏଥିରେ ନାୟକଙ୍କ ସହ ୪ଜଣ ନାୟିକା ରହିଥିବାରୁ ଅନ୍ୟ ନାୟିକା ଭୂମିକାରେ ରହିଛନ୍ତି ପ୍ରିୟଙ୍କା ପାୟଲ ଆଉ କଳ୍ପନା । ଏଥିରେ ସ୍ବର୍ଗତଃ ବର୍ଷିଆନ ଅଭିନେତା ମିହିର ଦାସ, ରବି ମିଶ୍ରଙ୍କ ସହ ଇଲୁ ବାନାର୍ଜୀ ବ୍ରଜ ସିଂ ମିଟୁ ମିଥୁନ ରାନୁ ପାଢୀଙ୍କ ଭଳି ଅନେକ ଜଣାଶୁଣା ଓ ଆଗଧାଡ଼ିର କଳାକାର ଅଭିନୟ କରିଛନ୍ତି ।
ନିର୍ଦ୍ଦେଶନା ଦାୟିତ୍ୱରେ ପି. ପ୍ରଭାକର ରହିଥିବାବେଳେ ୪ ନାୟିକାଙ୍କର ଜଣେ ନାୟକଙ୍କ ସହ ଲଭ ଷ୍ଟୋରୀ ଦେଖିବେ ଦର୍ଶକ । ଆଉ ସେମାନଙ୍କ ଭିତରୁ କିଏ ହେବ ନାୟକଙ୍କ ଡ୍ରିମଗାର୍ଲ ତାହା ଦର୍ଶକଙ୍କ ପାଇଁ ସସ୍ପେନସ ହୋଇ ରହିଛି । ତେଣୁ ଯୁବପିଢିଙ୍କ ଏହି ଲଭ ଷ୍ଟୋରୀ ଦର୍ଶକଙ୍କୁ ଭଲ ଲାଗିବ ।
ଇଟିଭି ଭାରତ, ଭୁବନେଶ୍ବର