ETV Bharat / city

Cannes Film Festival: ଓଡ଼ିଆ ଚଳଚ୍ଚିତ୍ର T ହେଲା ପ୍ରଦର୍ଶିତ, କିନ୍ନରଙ୍କ ସଂଘର୍ଷ କାହାଣୀ ଉପରେ ଆଧାରିତ - ଭାରତର ପ୍ରଥମ କିନ୍ନର ଓଲା ଚାଳକଙ୍କ କାହାଣୀ

କାନସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଟି' । ଫିଲ୍ମଟି ଜଣେ କିନ୍ନରଙ୍କ ସଂଘର୍ଷର କାହାଣୀ ଉପରେ ଆଧାରିତ । ଅଧିକ ପଢନ୍ତୁ

Cannes Film Festival: ଓଡ଼ିଆ ଚଳଚ୍ଚିତ୍ର T ହେଲା ପ୍ରଦର୍ଶିତ, କିନ୍ନରଙ୍କ ସଂଘର୍ଷ କାହାଣୀ ଉପରେ ଆଧାରିତ

author img

By

Published : May 24, 2022, 9:57 PM IST

ଭୁବନେଶ୍ବର: କାନସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଟି' । ଭାରତର ପ୍ରଥମ କିନ୍ନର ଓଲା ଚାଳକ କିନ୍ନର ମେଘ୍ନା ସାହୁଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଫିଲ୍ମଟି ଏବେ କାନସ ଫିଲ୍ମ ଫେଷ୍ଟିଭାଲରେ ଭାରତର ଏକମାତ୍ର ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି । ୭୫ ଟି ଫିଲ୍ମର ଟ୍ରେଲର ଓ ପୋଷ୍ଟର ସେଠାରେ ପ୍ରଦର୍ଶିତ ହୋଇଥିବାବେଳେ "T" ଟ୍ରେଲର ଓ ପୋଷ୍ଟର ମଧ ସେଥିରେ ସ୍ଥାନିତ ହୋଇଛି ।

Cannes Film Festival: ଓଡ଼ିଆ ଚଳଚ୍ଚିତ୍ର T ହେଲା ପ୍ରଦର୍ଶିତ, କିନ୍ନରଙ୍କ ସଂଘର୍ଷ କାହାଣୀ ଉପରେ ଆଧାରିତ

ଏହାକୁ ନେଇ ମେଘ୍ନା ବେଶ ଖୁସି ପ୍ରକାଶ କରିଥିବାବେଳେ ଫିଲ୍ମର ପ୍ରଯୋଜକ ଓ ନିଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାର ସୁଟିଂ ସରିଥିବା ବେଳେ ଖୁବଶୀଘ୍ର ଏହା ରିଲିଜ ହେବା ସହ ଓଡିଶାରେ ବି ଏହାର ପୋଷ୍ଟର ଓ ଟ୍ରେଲର ରିଲିଜ ହେବ ବୋଲି କହିଛନ୍ତି ମେଘ୍ନା । ତେବେ ସତ୍ୟ ଘଟଣା ଉପରେ ଆଧାରିତ ଅର୍ଥାତ ମେଘ୍ନାଙ୍କ ବାଓଗ୍ରାଫିକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବାବେଳେ ଛୋଟ ବେଳଠୁ ଆରମ୍ଭ କରି ବିବାହ ଓ ବର୍ତ୍ତମାନ ପର୍ଯ୍ୟନ୍ତ ମେଘ୍ନାଙ୍କର କାହାଣୀ ରହିଛି ।

ମୁଖ୍ୟତଃ ତୃତୀୟ ଲିଙ୍ଗୀ ବା କିନ୍ନରଙ୍କ ଜୀବନଶୈଳୀର ଭିନ୍ନ ଏକ କହାଣୀରେ ଓଡିଶା ଦେଖିବ। ତାହା ଜଣେ କିନ୍ନରଙ୍କ ସଂଘର୍ଷର କାହାଣୀ । ଜୀତେଶ କୁମାର ଫିଲ୍ମ ବ୍ୟାନର ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଦେବ। ଉଚ୍ଚ ଶିକ୍ଷିତ ବିଷ୍ଣୁ ସାହୁ କିଭଳି କିନ୍ନର ମେଘ୍ନା ସାଜିଲେ ତାହା ଏହି ଚଳଚ୍ଚିତ୍ରରେ ପ୍ରତିପାଦିତ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.