ETV Bharat / city

ଫିଲ୍ମ ଫ୍ରାଇଡରେ ପରଦାକୁ ଆସିଲା ମାୟାବୀ

author img

By

Published : Aug 27, 2022, 9:32 AM IST

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ମାୟାବୀ । ଅନୀଶା ଏଣ୍ଟରଟେନମେଣ୍ଟର ଦ୍ବିତୀୟ ଅବଦାନ ଚଳଚ୍ଚିତ୍ର ମାୟାବୀର ଭୁବନେଶ୍ବର ଆଇନକ୍ସ ଭବାନୀ ମଲରେ ପ୍ରିମିୟର ହୋଇଯାଇଛି । ଅଧିକ ପଢନ୍ତୁ

Odia film 'Mayabee' released on Film Friday
ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ମାୟାବୀ

ଭୁବନେଶ୍ବର: ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଯାଇଛି ଓଡିଆ ଚଳଚ୍ଚିତ୍ର 'ମାୟାବୀ ' (Odia Film Mayabi release)। ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ର ସଫଳତା ପରେ ଅନିଶ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ପ୍ରସ୍ତୁତ କରିଛି ଏହି ଚଳଚ୍ଚିତ୍ର । ତେବେ ଏହି ଚଳଚ୍ଚିତ୍ର 'ମାୟାବୀ'ର ଭୁବନେଶ୍ବର ଆଇନକ୍ସ ଭବାନୀ ମଲରେ ପ୍ରିମିୟର ହୋଇଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଭୂମିକା ଓ ଅମ୍ଳାନ । ଏଥିରେ ଦୁଇ ଜଣଙ୍କୁ ନୂଆ ରୂପରେ ଅର୍ଥାତ ଭୂମିକା ପୋଲିସ ଓ ଅମ୍ଳାନଙ୍କୁ ସାମ୍ବାଦିକ ଭାବେ ଦେଖିବାକୁ ମିଳିବ ( ollywood actress bhumika and actor amlan) । ନିଚ୍ଛକ ଓଡିଆ କାହାଣୀ ସହ ଭୂମିକା ଓ ଅମ୍ଳାନଙ୍କ ଯୋଡି ବେଶ ଦମଦାର ରହିଛି ।

ଏଥିସହ ସିନେମାରେ ସତ୍ୟ ପଛରେ କିପରି ମିଛ ଲୁଚି ରହୁଛି ତାକୁ ହିଁ ଏଥିରେ ସ୍ଥାନ ଦିଆଯାଇଛି । ଯେଉଁଥିରେ ଭୂମିକା ଏକ ଆଇପିଏସ ଭୂମିକାରେ ନଜର ଆସିଛନ୍ତି । ତେବେ ଏହି ସିନେମାରୁ ପ୍ରଥମ କରି ଅମ୍ଳାନ ଏବଂ ଭୂମିକାଙ୍କ ଯୋଡି ଦେଖିବାକୁ ମିଳିବ । ଦର୍ଶକଙ୍କୁ ଏହା ବେଶ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିସହ ଦିଲ୍ଲୀପ ଚୌଧୁରୀ ଚଳଚ୍ଚିତ୍ରର କାହାଣୀ,ତପନ କୁମାର ଦାସ ପ୍ରଯୋଜକ ଥିବାବେଳେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି । ଏଥିରେ ଥିବା ସମସ୍ତ ଗୀତ ବାପୁ ଗୋସ୍ବାମୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ । ଅନ୍ୟପଟେ ପ୍ରଥମ ଦିନରେ ହଲ ଦର୍ଶକଙ୍କୁ ନେଇ ହାଉସଫୁଲ ରହିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଯୋଗ ଦେଇ ଓଡିଆ ସିନେମା ଦେଖିବାକୁ ଅନୁରୋଧ କରିଥିଲେ । କାରଣ ଆମେ ଓଡିଆ ଆମ ସିନେମା ଦେଖିଲେ ଆମ କଳା ଆମ ପରମ୍ପରା ଓ ପରିଚୟର ବିକାଶ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.