ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ସାରା ଦେଶରେ ଏକ ନିଆରା ପର୍ବ । ଏମିତି ଏକ ନିଆରା ପର୍ବକୁ 27 ହଜାର ଛାତ୍ରଛାତ୍ରୀଙ୍କ ଗହଣରେ ମଜା ନେଲେ ଓଡିଆ ସିନେ ଜଗତର କଳାକାରମାନେ । ଆଉ ଏହି ରଙ୍ଗ ପର୍ବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ କୁନିକୁନି ପିଲା ।
କିସରେ ଗୁରୁବାର ସନ୍ଧ୍ୟାରେ ଏକ ହୋଲି ଖେଳର ଆୟୋଜନ କରାଯାଇଥିଲା । ଯେଉଁଥିରେ 27 ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭାରମ୍ଭ କରିଥିଲେ । ଏଥିରେ ବିଶ୍ବ ଦରବାରରେ ନାମ କରିଥିବା ଦୂତି ଚାନ୍ଦଙ୍କ ସହ ଓଡ଼ିଆ ସିନେମା ଜଗତରେ ପ୍ରତିଷ୍ଠିତ କଳାକାର ଏକାଠି ନଜର ଆସିଥିଲେ ।
କଳାକାରଙ୍କ ନାଚଗୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଆଣିଥିବା ବେଳେ ଛାତ୍ରଛାତ୍ରୀ ବିଭିନ୍ନ ବେଶ ହୋଇ ଦୋଳିରେ ଝୁଲିବା ବେଶ ଆକର୍ଷଣୀୟ ଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତେ ନିଜ ନିଜ ସାଙ୍ଗମାନଙ୍କୁ ରଙ୍ଗ ଲଗାଇ ହୋଲି ପର୍ବର ମଜା ନେଇଥିଲେ । ଆଉ ଏହି ସୁଯୋଗକୁ ହାତଛଡା କରିନଥିଲେ ଉପସ୍ଥିତ ସିନେ କଳାକାର । ଏହା ସହ କୌଣସି କେମିକାଲ ମିଶ୍ରଣ ରଙ୍ଗକୁ ବ୍ୟବହାର ନକରିବାକୁ ସିନେ କଳାକାରମାନେ ପରାମର୍ଶ ମଧ୍ୟ ଦେଇଥିଲେ । ଉତ୍ସବରେ ଉପସ୍ଥିତ କଳାକାରଙ୍କ ମଧ୍ୟରେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଦିଲୀପ ହାର୍ଲେ, ଅମ୍ଳାନ ଦାସ, ଲିପ୍ସା ମିଶ୍ରଙ୍କ ସମେତ ଅନ୍ୟ କଳାକାର ମଧ୍ୟ ସାମିଲ ହୋଇଥିଲେ ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ