ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇ ସାରିଛନ୍ତି ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ । ମ୍ୟାଡାମ୍ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାଜ୍ୟବାସୀ ଗର୍ବିତ । ସାରା ରାଜ୍ୟରେ ଚାଲିଥିଲା ଉତ୍ସବ । ପାଳନ ହେଉଥିଲା ଖୁସିର ପର୍ବ । ହେଲେ ଆଉ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର । ଖୁସି ଖବର ହେଉଛି ଗତକାଲି ଶପଥ ଗ୍ରହଣ ଉତ୍ସବ ବେଳେ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କୁ ନ୍ୟାସନାଲ ସାଲ୍ୟୁଟ (ଜାତୀୟ ସାଲ୍ୟୁଟ/ରାଷ୍ଟ୍ରୀୟ ସଲାମୀ) ଦେବାବେଳେ କମାଣ୍ଡ ଦେଇଥିବା କର୍ଣ୍ଣେଲ ହେଉଛନ୍ତି ମଧ୍ୟ ଜଣେ ଓଡିଆ । ଆଉ ଏହି ଓଡିଆ ସେନା ଅଧିକାରୀ ହେଉଛନ୍ତି ଓଡିଆ ପୁଅ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି (Colonel Stalin Mohanty) ।
-
#WATCH President Droupadi Murmu inspects her first Guard of Honour after taking the oath, at Rashtrapati Bhavan in Delhi pic.twitter.com/T47qfSWHBu
— ANI (@ANI) July 25, 2022 " class="align-text-top noRightClick twitterSection" data="
">#WATCH President Droupadi Murmu inspects her first Guard of Honour after taking the oath, at Rashtrapati Bhavan in Delhi pic.twitter.com/T47qfSWHBu
— ANI (@ANI) July 25, 2022#WATCH President Droupadi Murmu inspects her first Guard of Honour after taking the oath, at Rashtrapati Bhavan in Delhi pic.twitter.com/T47qfSWHBu
— ANI (@ANI) July 25, 2022
ଖାଲି ଏତିକି ନୁହେଁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିବା ଗାର୍ଡ ଅଫ ଅନର ବେଳେ ମୁର୍ମୁଙ୍କ ପ୍ୟାରେଡ ଗାଡି ପଛରେ ଛିଡା ହୋଇଥିଲେ ଷ୍ଟାଲିନ ମହାନ୍ତି । ଯାହାକୁ ନେଇ ଏବେ ରାଜ୍ୟବାସୀ ବେଶ ଖୁସି ।
କଟକ ଜିଲ୍ଲା କଣ୍ଟାପଡା ଅଞ୍ଚଳର ଶଙ୍ଖୁଆ ଗାଁରେ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି ଘର । ଆଉ ବଡ କଥା ହେଉଛି ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜ ଉଦଳାରେ କର୍ଣ୍ଣେଲ ଷ୍ଟାଲିନ ଜନ୍ମ ହୋଇଥିବାବେଳେ ତାଙ୍କର ପ୍ରାଥମିକ ଶିକ୍ଷା ଉଦଳା ଅରୋବିନ୍ଦ ସ୍କୁଲରେ ଶେଷ ହୋଇଛି ।
ପରେ କର୍ଣ୍ଣେଲ ଷ୍ଟାଲିନ ସେନାରେ ଯିବାକୁ ମନ ବଳାଇବା ସହ ନିଜର ସମ୍ପର୍କୀୟ ଭାଇଙ୍କୁ ଦେଖି ସୈନିକ ସ୍କୁଲରେ ପଢିବାକୁ ଇଛା ପ୍ରକାଶ କରିଥିଲେ । ପିଲାଟି ଦିନରୁ ମେଧାବୀ ଛାତ୍ର ଥିବା ଷ୍ଟାଲିନ ୧୯୯୩ ରୁ ୨୦୦୦ ଯାଏଁ ଭୁବନେଶ୍ୱରର ସୈନିକ ସ୍କୁଲରେ ପାଠ ପଢିଥିଲେ । ପରେ ୨୦୦୪ ମସିହାରେ ଇଣ୍ଡିଆନ ମିଲିଟାରୀ ଏକାଡେମୀ (IMA) ରୁ ଉତୀର୍ଣ୍ଣ ହୋଇଥିଲେ । ପରେ ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ହାଇଦ୍ରାବାଦ