ETV Bharat / city

କିନ୍ନର ମାନଙ୍କ କାହାଣୀକୁ ନେଇ ରିଲିଜ ହେଲା ଆଲବମ 'ଏକି ଜୀବନ' - ଭୁବନେଶ୍ବର

ସମାଜରେ କିଭଳି ବଞ୍ଚୁଛନ୍ତି କିନ୍ନର । ଏହାକୁ ଗୀତ ମାଧ୍ୟମରେ ଜଣାଯାଇଛି । ଯାହାକୁ ନେଇ ଏକ ଆଲବମ ପ୍ରସ୍ତୁତ କରାଯାଇଛି ଯାହାର ନାଁ ରହିଛି 'ଏକି ଜୀବନ'।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 26, 2019, 2:06 AM IST

ଭୁବନେଶ୍ବର: ସିଲକ୍ ମ୍ୟୁଜିକ ପ୍ରସ୍ତୁତ ସଙ୍ଗୀତ ଆଲବମ "ଏକି ଜୀବନ" ରିଲିଜ ହୋଇଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ଏହି ସଙ୍ଗୀତ ସିଡ଼ି ଉନ୍ମୋଚିତ ହୋଇଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେବେ ଏହି ଆଲବମଟି ବିଶେଷ କରି ତୃତୀୟଲିଙ୍ଗୀଙ୍କ କାହାଣୀକୁ ନେଇ ହୋଇଛି । ଯୁଗ ବଦଳିବା ସହ ଲୋକଙ୍କ ପସନ୍ଦ ବି ବଦଳୁଛି। ଏହାକୁ ନଜରରେ ରଖି ଏହି ଆଲବମଟି କରାଯାଇଛି । ପ୍ରଥମଥର କରି ଓଡ଼ିଶାରେ କିନ୍ନର ମାନଙ୍କ ଜୀବନୀକୁ ନେଇ ଏହି ଆଲବମ ତିଆରି କରାଯାଇଛି। ଯାହାର ନାଁ ରହିଛି "ଏକି ଜୀବନ"।

ଏହି ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର । ଠିକ ସେହିଭଳି ସଙ୍ଗୀତ ନିର୍ଦ୍ଦେଶନା ଦେଛନ୍ତି ମନୋରଞ୍ଜନ ପାଢ଼ୀ ଓ ଗୀତିକାର ଅରୁଣ ମନ୍ତ୍ରୀ । ଗୁରୁବାର ଏହାର ଅଡିଓ ରିଲିଜ ହୋଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro: ସିଲକ ମ୍ୟୁଜିକ ପ୍ରସ୍ତୁତ ସଙ୍ଗୀତ ଆଲବମ "ଏକି ଜୀବନ"ଲୋକାର୍ପିତ ହୋଇଯାଇଛି।ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ଏହି ସଙ୍ଗୀତ ସିଡ଼ି ଉନ୍ମୋଚିତ ହୋଇଛି।ଯେଉଁଥିରେ ଗୀତିକାର ଅରୁଣ ମନ୍ତ୍ରୀ ଲେଖିଥିବା ଗୀତକୁ ମନୋରଞ୍ଜନ ପାଢ଼ୀ ସଂଗୀତରେ ସଜାଇ ଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର।

"

Body:କିନ୍ନର"କହିଲା ମାନେ ଲୋକମାନେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ବୁଝନ୍ତି।ଯେଉଁମାନେ ପୁରୁଷ ଓ ମହିଳାଙ୍କ ଠାରୁ ଭିନ୍ନ।ଏମିତିକି ସେମାନଙ୍କ ଚାଲିଚଳନ ଓ ବେଶଭୁଷା ପାଇଁ ସେମାନଙ୍କୁ ଅନେକ ସମୟରେ ସମାଜର ଆଭିଜାତ୍ୟ ଲୋକମାନେ ଆକ୍ଷେପ କରିବା ସହିତ ନାନା ପ୍ରକାର ଅରୁଚିକର ମନ୍ତବ୍ୟ ଦେଇଥାନ୍ତି।ସେମାନେ ଯେ ଏହି ମଣିଷ ଗର୍ଭରୁ ଜାତ ଭଗବାନଙ୍କ ସୃଷ୍ଟ ଏକ ସାମାଜିକ ପ୍ରାଣୀ ଅନେକ ତାହା ଭୁଲି ଯାଆନ୍ତି।ତେଣୁ ସେମାନେ ଏ ସଂସାରରେ କିଭଳି ଭାବରେ ନିର୍ଯ୍ୟାତିତ ହୋଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ତାହାକୁ ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ହୋଇଥିବା କହିଛନ୍ତି କିନ୍ନର ନେତ୍ରୀ ମୀରା ପରିଡା।ସେହିପରି ଏହି ଗୀତ ମାଧ୍ୟମରେ ଗୀତିକାର ଅରୁଣ ମନ୍ତ୍ରୀ ସେମାନଙ୍କ ହୃଦୟ ର କଥା କହିଥିବାରୁ ଏହା ସ୍ରୋତାଙ୍କ ନିକଟରେ ଖୁବ ଲୋକ ପ୍ରିୟ ହେବ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ କହିଛନ୍ତି।

Conclusion:ଆଜିର ଏହି ଉତ୍ସବରେ ଅତିଥିଭାବେ ଯୋଗଦେଇଥିବା ରୋଟାରୀ ପୂର୍ବତନ ଗଭର୍ଣ୍ଣର ଅଶ୍ୱିନୀ କର,ଶାନ୍ତନୁ ପାଣି ଓ ଅନ୍ୟମାନେ କିନ୍ନରମାନଙ୍କ ଏହି ପ୍ରୟାସ କୁ ସାଧୁବାଦ ଜଣାଇଥିଲେ।ସୂଚନାଯୋଗ୍ୟ କି ପୁରୁଷ କଣ୍ଠରେ ଲୋକାର୍ପିତ ଏହି ଆଲବମ ର ନାରୀ କଣ୍ଠରେ ଗୀତ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଜଣାଯାଇଛି।
ବାଇଟ-କଣ୍ଠଶିଳ୍ପୀ-ହ୍ୟୁମାନ ସାଗର,
ବାଇଟ-ମୀରା ପରିଡା-କିନ୍ନର ନେତ୍ରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.