ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ନାବାଳିକା ଅଭିନେତ୍ରୀଙ୍କୁ ଅଭିନୟ ଆଳରେ ଭୁବନେଶ୍ବର ଡାକି ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଭିଡିଓ କଲେ ପ୍ରଯୋଜକ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, ପ୍ରଯୋଜକ ସୁରଜ ବିଶ୍ବାଳଙ୍କ ସହ ଅନେକ ମ୍ୟୁଜିକାଲ ଭିଡିଓରେ କାମ କରିଛନ୍ତି ନାବାଳିକା ଅଭିନେତ୍ରିୀ। ସାଇଡ ଆର୍ଟିଷ୍ଟ ଭାବେ କାମ କରାଇଥିବା ବେଳେ ଅଭିନେତ୍ରୀଙ୍କ ଟଙ୍କା ବାକି ରଖିଥିଲେ ପ୍ରଯୋଜକ। ତେବେ ଭିଡିଓ ପ୍ରମୋସନ ଓ ରିଲିଜ ପରେ ଭଲ ବ୍ୟବସାୟ ନ ହୋଇଥିବାରୁ ପ୍ରଯୋଜକ ଦେବାଳିଆ ସ୍ଥିତି ଯୋଗୁଁ ଟଙ୍କା ଦେଇପାରିନଥିଲେ। ହେଲେ ଅଭିନେତ୍ରୀ ଜଣକ ଟଙ୍କା ପାଇ ପ୍ରଯୋଜକଙ୍କୁ କହିଆସୁଥିଲେ।
ପରେ ଏନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଟଙ୍କା ଦେବେ ବୋଲି ଡକାଇ ଭରତପୁର ଥାନା ଅଞ୍ଚଳର ଏକ ସ୍ଥାନରେ ତାଙ୍କ ସହ ଦୁଷ୍କର୍ମ କରିବା ସହ କ୍ୟାମେରାମ୍ୟାନ ଭିଡିଓ ସୁଟ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ନାବାଳିକା ଅଭିନେତ୍ରୀ । ନାବାଳିକାର ଘର ବାଣପୁର ଅଞ୍ଚଳର ବୋଲି ଜଣାପଡିଛି। ଏମିତି ଅଭିଯୋଗ ପରେ ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଏନେଇ ପ୍ରଯୋଜକ ସଂସ୍ଥାର ବିଭିନ୍ନ ଅଫିସ ଉପରେ ଚଢାଉ କରିବା ସହିତ ଭରତପୁର ସ୍ଥିତ ଶିବ ମନ୍ଦିର ଗଳିରେ ଥିବା ଭଡା ଘରେ ପହଞ୍ଚିଛି ପୋଲିସ। ପିଡିତାକୁ ଏକ କିଡନପି ସିନ ସୁଟ ଆଳରେ ଅଣାଯାଇ ଏଠାରେ ଏକୁଟିଆ ଦେଖି ଦୁଷ୍କର୍ମ କରିଥିବା ପୋଲିସ କହିଛି ।ସେପଟେ ପିଡିତାର ବୟାନ ରେକର୍ଡ଼ ସହ ଡାକ୍ତରି ମାଇନା କରିଛି ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ