ETV Bharat / city

କ୍ୟାନ୍ସରରେ ପୀଡିତ ଅଭିନେତ୍ରୀ ପ୍ରତିଭା, ଲୋଡିଲେ ସହାୟତା - ଅଭିନେତ୍ରୀ ଅଙ୍କିତାଙ୍କୁ କ୍ୟାନ୍ସର

ଜୀବନ ଦୋ'ଛକିରେ ଅଭିନେତ୍ରୀ ପ୍ରତିଭା ରାଉତ । ପ୍ରଥମେ କୋରୋନା ପରେ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସା ପାଇଁ ଲୋଡିଛନ୍ତି ସହାୟତା । ଅଧିକ ପଢନ୍ତୁ...

କୋରୋନା ପରେ କ୍ୟାନ୍ସରରେ ପୀଡିତ ପ୍ରତିଭା, ସହାୟତା ପାଇଁ କଲେ ନିବେଦନ

author img

By

Published : May 13, 2021, 12:21 PM IST

ଭୁବନେଶ୍ବର: ପ୍ରଥମେ ଛଡାଇନେଲା ରୋଜଗାର ଆଉ ଏବେ ଜୀବନ ନେବାକୁ ବସିଛି କୋରୋନା । ଏ ମହାମାରୀ ଏପରି କଲବଲ କରୁଛି ଜଣେ ଅଭିନେତ୍ରୀଙ୍କ ଜୀବନକୁ । ଦୂରଦର୍ଶନ ତଥା ଟିଭି ପରଦାର ସିରିଏଲ ଅଭିନେତ୍ରୀ ପ୍ରତିଭା ରାଉତଙ୍କୁ ପ୍ରଥମେ କୋରୋନା ହେବା ପରେ ଏବେ ସେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଅଭିନେତ୍ରୀ ପ୍ରତିଭା ରାଉତ ।

କୋରୋନା ପରେ କ୍ୟାନ୍ସରରେ ପୀଡିତ ପ୍ରତିଭା, ସହାୟତା ପାଇଁ କଲେ ନିବେଦନ

ପରିବାରର ଅର୍ଥାଭାବକୁ ଦୂର କରିବା ପାଇଁ ଘରୁ ଗୋଡ କାଢ଼ି ରାଜଧାନୀରେ ପହଞ୍ଚିଥିଲେ ପ୍ରତିଭା । ଦୂରଦର୍ଶନ ଓ ଟିଭି ପରଦାରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ । ମାତ୍ର ହଠାତ୍ ମହାମାରୀ କୋରୋନା ସବୁ କିଛି ବିଗାଡ଼ି ଦେଇଛି । କାମ ନ ମିଳିବାରୁ ରୋଜଗାର ଠପ୍‌ ହୋଇଯାଇଛି । ଏତିକିରେ ସରିନି ତାଙ୍କ କଷଣ । ହଠାତ୍ ସେ ମୁଖ କର୍କଟ ରୋଗରେ ପୀଡ଼ିତ ବୋଲି ଜାଣିବାକୁ ପାଇଛନ୍ତି । ମାତ୍ର ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ହୋଇପାରୁ ନ ଥିବାରୁ ରୋଗର ପ୍ରକୋପ ବଢ଼ିବଢ଼ି ଚାଲିଛି । ଫଳରେ ଜୀବନମରଣର ଦୋ’ଛକିରେ ଅସହାୟ ହୋଇ ଛିଡ଼ା ହୋଇଛନ୍ତି ଅଭିନେତ୍ରୀ ପ୍ରତିଭା ।

ପ୍ରତିଭାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ସ୍ବାମୀ ଜଣେ କ୍ଷୁଦ୍ର ଚାଷୀ । ପୁଅ ଶିକ୍ଷିତ ହୋଇ ବି ବେକାର । ଚାକିରି ନ ପାଇ ଗାଁରେ ବାପାଙ୍କୁ ଚାଷ କାମରେ ସହଯୋଗ କରନ୍ତି । ମାତ୍ର ଚାଷରୁ ହେଉଥିବା ଆୟ ପରିବାର ଚଳାଇବା ପାଇଁ ଯଥେଷ୍ଟ ହୁଏନି । ତେଣୁ କଳାରେ ରୁଚିଥିବା ପ୍ରତିଭା ଅଭିନୟ କରି ଦି’ ପଇସା ରୋଜଗାର କରିବାକୁ ଧାଇଁ ଆସିଥିଲେ ଭୁବନେଶ୍ବର । ଅନେକ ସଂଘର୍ଷ ପରେ ତାଙ୍କୁ ସୁଯୋଗ ମିଳିଥିଲା । ସୌଭାଗ୍ୟକୁ ଛୋଟ ପରଦାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ହେଲେ କୋରୋନା ମହାମାରୀ ପ୍ରଥମେ ତାଙ୍କ ରୋଜଗାର ଛଡ଼ାଇନେଲା । ହାତରେ ସଞ୍ଚିଥିବା ସ୍ବଳ୍ପ ଅର୍ଥ ବି ସରିଗଲା । ପରିସ୍ଥିତି ଏମିତି ହେଲା ଯେ ଶେଷରେ ସେ ନିଜେ ଚଳିବା ପାଇଁ ପର ଘରେ ରହି କାମ କରିବା ମଧ୍ୟ ଆରମ୍ଭ କରିଥିଲେ । ଏତିକି‌ରେ ତାଙ୍କ ଦୁଃଖର ଅନ୍ତ ଘଟିନଥିଲା । ସ୍ବାସ୍ଥ୍ୟ ପରୀକ୍ଷାରୁ ସେ ମୁଖ କର୍କଟ ରୋଗରେ ପୀଡ଼ିତ ବୋଲି ଜାଣିବାକୁ ପାଇଥିଲେ ।

କ୍ୟାନ୍ସର ଜଣାପଡିବା ପରେ ପ୍ରଥମେ ସେ କଟକ ଅଚାର୍ଯ୍ୟ ହରିହର କ୍ୟାନ୍‌ସର ଗବେଷଣା କେନ୍ଦ୍ରକୁ ଯାଇଥିଲେ । ମାତ୍ର ସେଠାରେ ଶଯ୍ୟା ଅଭାବ ଦର୍ଶାଇ ଅନ୍ୟତ୍ର ଯିବାକୁ ପରାମର୍ଶ ଦିଆଯାଇଥିଲା । ଘରୋଇ ହସ୍ପିଟାଲ ଯିବା ଲାଗି ତାଙ୍କ ପାଖରେ ସମ୍ବଳ ନାହିଁ । ତେଣୁ ଚିକିତ୍ସା ବିଳମ୍ବ ହେବାରୁ ରୋଗ ବଢ଼ିବାକୁ ଲାଗିଲା । ଯନ୍ତ୍ରଣା ଅସମ୍ଭାଳ ହେବା ସହ ରୋଗ ଜ୍ବାଳାରେ କେତୋଟି ଦାନ୍ତ ଖସି ପଡ଼ିଲାଣି । ଏପରି ସମୟରେ ଅସ୍ତ୍ରୋପଚାର ନ ହେଲେ ପରିସ୍ଥିତି ସଙ୍ଗୀନ ହେବା ଆଶଙ୍କା ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସରକାର, କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା କେହି ସହୃଦୟ ବ୍ୟକ୍ତି ଏଦିଗରେ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି ।

ତେବେ ଆରୋଗ୍ୟ ହେବା ପାଇଁ କେମୋ ଥେରାପି ଚାଲି ଥିବାବାରୁ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଛି, ଯାହା ତାଙ୍କ ପାଖରେ ସମ୍ଭବ ନୁହେଁ । ତେଣୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ୍‌ ନମ୍ବର ୯୯୩୮୧୯୪୯୧୦ ରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.