ETV Bharat / city

ଦବିଲା ପଳାଶୁଣୀ ବାଇପାସ ଓଭର ବ୍ରିଜ

ଦବିଲା ପଳାଶୁଣୀ ଓଭରବ୍ରିଜର କିଛି ଅଂଶ । ରବିବାର ସଂଧ୍ୟାରେ ବ୍ରିଜ ଦବିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି ।

author img

By

Published : Aug 26, 2019, 1:24 AM IST

ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଆଜି ଆଉ ଏକ ଓଭର ବ୍ରିଜ ଦବିବାର ଚିତ୍ର ସାମ୍ନାକୁ ଆସିଛି। ପଳାଶୁଣୀ ନିକଟ ପୁରୀ ବାଇପାସ ଓଭର ବ୍ରିଜ ଦୀର୍ଘଦିନର କାର୍ଯ୍ୟ ପରେ ଏବେ ଯାତାୟତ ପାଇଁ ବ୍ୟବହାର ହେଉଥିଲା । ହେଲେ ରବିବାର ବ୍ରିଜର ମଧ୍ୟଭାଗର କିଛି ଅଂଶ ଦବି ଯାଇଥିବାର ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ରବିବାର ସନ୍ଧ୍ୟା ପାଖାପାଖି 6ଟା ସୁଦ୍ଧା ଏହାର ମଝି ଅଂଶର 3ରୁ 4 ଫୁଟ ଭିତରେ 7/8 ଇଞ୍ଚର ଏକ ଖାଲ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବ୍ରିଜ ଦେଇ ଯାତାୟତ କରୁଥିବା ଲୋକଙ୍କୁ ଭୟଭୀତ କରିଥିଲା । ଅନେକ ଲୋକ ଗାଡି ନେବାକୁ ନମଙ୍ଗିବାରୁ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା ।

ଅନେକସସମୟ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବାରୁ ପୋଲିସ ଓ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରରେ ପହଞ୍ଚିଥିଲେ । ଘଟଣା ଯାଞ୍ଚ କରିବା ସହ ବାଲିବସ୍ତା ପକାଇ ରାସ୍ତା ସମାନ କରିଥିଲେ । ଲଗାଣ ବର୍ଷା ଯୋଗୁଁ ଏଭଳି ସ୍ଥିତି ହୋଇଥିବା କ୍ୟାମେରା ପଛରେ କହିଛନ୍ତି ବିଭାଗୀୟ ଅଧିକାରୀ । ଏପଟେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଛନ୍ତି ସାଧାରଣ ଲୋକେ । ସରକାର ଏଥିପାଇଁ ନିୟୋଜିତ ସଂସ୍ଥା କୁ ଉତ୍ତରଦାୟୀ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଲୋକେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:କିଛି ଦିନର ବ୍ୟବଧାନ ପରେ ଆଜି ଆଉ ଏକ ଓଭର ବ୍ରିଜ ଦାବିବାର ଚିତ୍ର ସାମ୍ନା କୁ ଆସିଛି।ପଳାଶୁଣି ନିକଟ ପୁରୀ ବାଇପାସ ଓଭର ବ୍ରିଜ ଟି ଦୀର୍ଘଦିନର କାର୍ଯ୍ୟ ସମାପ୍ତ ପରେ ନିକଟ ଅତୀତରେ ଏହା ଯାତାୟତ ପାଇଁ ଉନ୍ମୁକ୍ତ ହୋଇଥିଲା।ଯାହାର ମଧ୍ୟଭାଗର କିଛି ଅଂଶ ଆଜି ଦବି ଯାଇଥିବାର ଦେଖିବାକୁ ମିଳିଛି।

Body:ଆଜି ସନ୍ଧ୍ୟା ପାଖାପାଖି 6ଟା ସୁଦ୍ଧା ଏହାର ମଝି ଅଂଶର 3ରୁ 4 ଫୁଟ ବ୍ୟାସାର୍ଦ୍ଧ ମଧ୍ୟରେ 7/8 ଇଞ୍ଚର ଏକ ଖାଲ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଯେଉଁଥିପାଇଁ ଏହା ମଧ୍ୟ ଦେଇ ଯାଉଥିବା ଗାଡିଚାଳକମାନେ ଏହାକୁ ଦେଖି ଶଙ୍କା ପ୍ରକାଶ କରିଥିଲେ।କ୍ରମଶଃ ଏହା ଜଣା ପଡିବାରୁ ଲୋକମାନଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଥିଲା।ଯାହାଫଳରେ ସେହି ସ୍ଥାନ ଦେଇ ଗାଡି ନେବାକୁ କୁଣ୍ଠାବୋଧ କରିବାରୁ ରାସ୍ତା ଜାମ ହୋଇଥିଲା।ଏସବୁ ଘଟଣା ଜଣାପଡିବ ପରେ ଲୋକମାନେ ସେଠାରେ ପହଞ୍ଚି ଏବିଷୟରେ ଜାଣିବାକୁ ଭିଡ଼ କରିବାରୁ ପୋଲିସ ପ୍ରଶାସନ ଓ ପୂର୍ତ୍ତ ବିଭାଗର କତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଯାଞ୍ଚ କରିବା ସହିତ ବାଲି ବସ୍ତା ପକାଇ ଏହାକୁ ସମାନ କରିଥିଲେ।
ତେବେ ଏଭଳି ଘଟଣା ଲଗାତାର ବର୍ଷା ଯୋଗୁଁ ହୋଇଥିବା ଏକ ସାମାନ୍ୟ ଘଟଣା ବିଭାଗୀୟ କର୍ମଚାରୀ କ୍ୟାମେରା ପଛରେ କହୁଥିବା ବେଳେ ସାଧାରଣ ଲୋକମାନେ ଏହା ବିଭାଗୀୟ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହୋଇଥିବା ପ୍ରକାଶ କରିଛନ୍ତି।ଯାହାର ପ୍ରମାଣ ଏହା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଥିବାବେଳେ ଏହା ସେଥିମଧ୍ୟରୁ ଅନ୍ୟତମ ଅଟେ।ତେଣୁ ସରକାର ଏଥିପାଇଁ ନିୟୋଜିତ ସଂସ୍ଥା କୁ ଉତ୍ତରଦାୟୀ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।
ବାଇଟ-ସ୍ଥାନୀୟ ଜନତା
1,2,3
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.