ETV Bharat / city

OCAC CEOଙ୍କ ହ୍ବାଟସଆପ ହ୍ୟାକ ଘଟଣା, ଠକ ହାତରେ ହାଇପ୍ରୋଫାଇଲଙ୍କ କଣ୍ଟାକ୍ଟ ଲିଷ୍ଟ - ସାଇବର ଠକ

OCAC CEOଙ୍କ ହ୍ବାଟସଆପ ହ୍ୟାକ ଘଟଣା । ଠକ ହାତରେ ହାଇପ୍ରୋଫାଇଲଙ୍କ କଣ୍ଟାକ୍ଟ ଲିଷ୍ଟ ଲାଗିଥିବା ସନ୍ଦେହ କରିଛି ପୋଲିସ । ଏଥିଲାଗି ବାଙ୍ଗାଲୋର ଅଭିମୁଖେ କ୍ରାଇମବ୍ରାଞ୍ଚର ସାଇବର ଟିମ । ଅଧିକ ପଢନ୍ତୁ...

OCAC CEOଙ୍କ ହ୍ବାଟସପ ହ୍ୟାକ ଘଟଣା, ଠକ ହାତରେ ହାଇପ୍ରୋଫାଇଲଙ୍କ କଣ୍ଟାକ୍ଟ ଲିଷ୍ଟ

author img

By

Published : Nov 13, 2021, 2:02 PM IST

ଭୁବନେଶ୍ବର: ଟ୍ରେସ ହେଲା ଓକାକ(OCAC) ସିଇଓଙ୍କୁ ଠକେଇ କରିଥିବା ହ୍ୟାକରର ଲୋକେସନ । ଠକକୁ ଧରିବା ପାଇଁ ବାଙ୍ଗାଲୋର ଅଭିମୁଖେ କ୍ରାଇମବ୍ରାଞ୍ଚର ସାଇବର ସେଲ ଟିମ । ଲୋକେସନ ଆଧାରରେ ସାଇବର ଠକକୁ ଧରିବା ପାଇଁ ଚାଲିଛି ଅପରେସନ । ସେପଟେ ସାଇବର ଠକ ଜଣେ ବିଦେଶୀ ବୋଲି କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି ।

ଠକ ଜଣକ ବଙ୍କା ଇଂରାଜୀରେ କଥା ହେଉଥିବା ବେଳେ ସେ ନାଇଜେରିଆନ ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି । ତେବେ ବଡ଼ କଥା ହେଉଛି ଏହି ସାଇବର ଠକ ଜଣକ ଠକେଇ କରିଥିବା ୭ଲକ୍ଷ ଟଙ୍କାକୁ ବିଭିନ୍ନ‌ ଉପାୟରେ ନେଇଛି । ଆକାଉଣ୍ଟ ଟ୍ରାନସଫର ଓ ୟୁପିଆଇ ପେମେଣ୍ଟ(IMPS) ଭଳି ଓକାକ ସିଇଓ ଏକାଧିକ ସମ୍ପର୍କୀୟଙ୍କ ଠୁ ନେଇଛି ଟଙ୍କା । ସାଇବର ଠକ ହାତରେ ଏବେ ବି ଓକାକ ସିଇଓଙ୍କ ମୋବାଇଲର ଥିବା କିଛି ହାଇପ୍ରୋଫାଇଲ କଣ୍ଟାକ୍ଟ ରହିଛି ବୋଲି ସନ୍ଦେହ କରୁଛି ପୋଲିସ ।

ଏହି ହାଇପ୍ରୋଫାଇଲଙ୍କୁ ନିଜର ଠକାମିର ଶିକାର କରିପାରେ ଠକ । ଏହାକୁ ଦୃଷ୍ଟିରେ ରଖି କେସକୁ ଗୁରୁତ୍ବର ନେଇ ସାଇବର ଠକକୁ ଧରିବା ପାଇଁ ଯୋଜନା ଚଲାଇଛି । ଏପରିକି ସାଇବର ଠକ ଠକି ନେଇଥିବା ଟଙ୍କାକୁ ନିଜର ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆକାଉଣ୍ଟରୁ ଟଙ୍କା ବାହାର କରିଦେଉଛି ।

ତେବେ ଯେଉଁ ସବୁ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ ନେଇଛି ସେସବୁ ଆକାଉଣ୍ଟକୁ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚ । ଏନେଇ ସେସବୁ ବ୍ୟାଙ୍କରେ କେବଳ‌ ୧୦୦୦ ଓ ୧୧୦୦ ଭଳି ବାଲାନ୍ସ ଥିବା ଜାଣିବାକୁ ପାଇଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ତେବେ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.