ETV Bharat / city

'21 ବର୍ଷ ହେଲାଣି OBCଙ୍କ ପାଇଁ ରାଜ୍ୟ ସରକାର କଣ କରୁଥିଲେ'

author img

By

Published : Sep 27, 2021, 10:06 PM IST

୫ ଦିନିଆ ଦିଲ୍ଲୀ ଗସ୍ତରେ OBC ସଂରକ୍ଷଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଟ୍ବିଟ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ...

'21 ବର୍ଷ ହେଲାଣି OBCଙ୍କ ପାଇଁ ରାଜ୍ୟ ସରକାର କଣ କରୁଥିଲେ'
'21 ବର୍ଷ ହେଲାଣି OBCଙ୍କ ପାଇଁ ରାଜ୍ୟ ସରକାର କଣ କରୁଥିଲେ'

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ନେଇ ଟ୍ବିଟ୍‌ କରିଥିଲେ । 5 ଦିନିଆ ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ ମୂଖ୍ୟମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନକ୍ସଲ ପ୍ରବଣ ରାଜ୍ୟମାନଙ୍କରେ ଉନ୍ନତି ପାଇଁ ଆଲୋଚନା ହୋଇଥିଲା । ଏଥିରେ ଭାଗ ନେଇ ଓଡ଼ିଶାରେ ମାଓ ଦମନ ନୀତି, ରାଜ୍ୟରେ ମାଓ ହିଂସା କେବଳ 3 ଜିଲ୍ଲା ମଧ୍ୟରେ ଏବେ ସୀମିତ ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ବାତ୍ୟା ଗୁଲାବ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତାସହ ଓବିସି ସଂରକ୍ଷଣକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରିଥିଲେ ଯେ, "ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ଲଢ଼େଇ ଜାରି ରଖିଛନ୍ତି । OBC ସଂରକ୍ଷଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଲଢେଇ ଜାରି ରହିବ । ଜାତି ଭିତ୍ତିକ ଗଣନା ନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି । ରାଜ୍ୟବାସୀଙ୍କ ପାଇଁ ଯାହା ଠିକ୍‌ ହେବ ତାହା କରାଯିବ।"

ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛି କଂଗ୍ରେସ । ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ଏହି ନାଟକ କରୁଛନ୍ତି । ଖାଲି ଭୋଟ ପାଇବାକୁ ଚିନ୍ତା କରୁଛନ୍ତି । 21 ବର୍ଷ ହେବ ଶାସନ କ୍ଷମତାରେ ଅଛି ବିଜେଡି ସରକାର । ହେଲେ ଆଜି ହଠାତ୍‌ OBC କଥା କଣ ପାଇଁ ମନେ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.