ETV Bharat / city

ଓଏଏସସ୍ତରରେ ବଡ ଧରଣର ଅଦଳବଦଳ

author img

By

Published : Oct 26, 2021, 10:23 PM IST

ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଏଏସ ଅଧିକାରୀଙ୍କ ଅଦଳବଦଳ କରାଯାଇଛି। ଅଧିକ ପଢନ୍ତୁ...

OAS Transfer notification
ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ବଦଳିଲେ ଓଡିଶା ପ୍ରଶାସନିକ ଅଧିକାରୀ । ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଏଏସ ଅଧିକାରୀଙ୍କ ଅଦଳବଦଳ କରାଯାଇଛି। ସେହିପରି ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 6 ଜଣ ତହସିଲଦାରଙ୍କୁ ବିଭିନ୍ନ ତହସିଲକୁ ଅଦଳବଦଳ କରାଯାଇଛି।

OAS Transfer notification
ଓଏଏସ ସ୍ତରରେ ଅଦଳବଦଳ

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ OSDMA କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ସତ୍ୟରଞ୍ଜନ ସାହୁ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି । ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସେହିପରି ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ସୁକାନ୍ତ ତ୍ରିପାଠୀଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଓଏଏସ୍ ଦିଲ୍ଲୀପ କୁମାର ବଳଙ୍କୁ ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର, ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାୟକଙ୍କୁ ରାଜ୍ୟ ଗେଷ୍ଟ ହାଉସ ମ୍ୟାନେଜର ଭାବେ ବଦଳି କରାଯାଇଛି ।

OAS Transfer notification
ଓଏଏସ ସ୍ତରରେ ଅଦଳବଦଳ

ସେହିପରି ରାୟଗଡ଼ା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ଚନ୍ଦ୍ର ନାଏକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ବବିତାରାଣୀ ଦଳବେହେରାଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବୌଦ୍ଧ ଉପଜିଳ୍ଲାପାଳ ଅଶ୍ବିନୀ କୁମାର ମେହେରଙ୍କୁ ବୌଦ୍ଧ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 6 ଜଣ ତହସିଲଦାରଙ୍କୁ ବିଭିନ୍ନ ତହସିଲକୁ ଅଦଳବଦଳ କରାଯାଇଛି । କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କୁ ଛତ୍ରପୁର ତହସିଲଦାର,ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାକୁ ଆସ୍କା ତହସିଲଦାର, ମୋନାଲିସା ଆଚାର୍ଯ୍ୟାଙ୍କୁ କବିସୂର୍ଯ୍ୟନଗର ତହସିଲଦାର,ପ୍ରଜ୍ଞା ପ୍ରିୟଦର୍ଶନୀଙ୍କୁ ବେଗୁନିଆପଡାର ବିଡିଓ,ଡେଲାଙ୍ଗ ତହସିଲଦାରଙ୍କୁ ଭୁବନେଶ୍ବର ବିଏମସି,ନିବେଦିତା ପରିଡାଙ୍କୁ ଡେଲାଙ୍ଗ ତହସିଲଦାର ଭାବରେ ବଦଳି କରାଯାଇଛି ।

ଏନେଇ ସମସ୍ତ ଜିଲ୍ଲା ପାଳଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.