ଭୁବନେଶ୍ବର: ଆଇଏଏସଙ୍କ ପରେ ଓଏଏସ ସ୍ତରରେ ଅଦଳବଦଳ । ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ମୋଟ ୪୦ଜଣ ଅଫିସରଙ୍କ ହୋଇଛି ବଦଳି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଶୁଭେନ୍ଦୁ କାନୁନଗୋଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇ ଥିବାବେଳେ ସୁଶାନ୍ତ କୁମାର ବାରିକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ, ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଭାସ୍କର ଚନ୍ଦ୍ର ଟୁରୁକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ, ରୁଦ୍ରପ୍ରସନ୍ନ ସାହୁଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ, ଉଦୟ ନାରାୟଣ ଦାସଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ, ବ୍ରତତୀ ହରିଚନ୍ଦନଙ୍କୁ ଓସଡମା ଜେନେରାଲ ମ୍ୟାନେଜର, ଗଙ୍ଗାଧର ସାହୁଙ୍କୁ ଏସସିଇଆରଟି ନିର୍ଦ୍ଦେଶକ, ଆଲୋକ କୁମାର କରଙ୍କୁ ବିଭାଗୀୟ ତଦନ୍ତ କମିଶନର(ସିଡିଆଇ), ସରୋଜ କୁମାର ମିଶ୍ରଙ୍କୁ ଗୃହ ବିଭାଗର(ପ୍ରୋଟେକଲ) ଅତିରିକ୍ତ ସଚିବ, ବ୍ରଜ ଗୋପାଳ ଆଚାର୍ଯ୍ୟଙ୍କୁ ଓଏସଆରଟିସି ଜେନେରାଲ ମ୍ୟାନେଜର, ସତ୍ୟନାରାୟଣ ଦାସଙ୍କୁ ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ, ମଧୁସୂଦନ ମିଶ୍ର-୨ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।


ସେହିପରି ସରୋଜକାନ୍ତ ମହାନ୍ତିଙ୍କୁ ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ସୁବ୍ରତ କୁମାର ପଣ୍ଡାଙ୍କୁ ଯୁକ୍ତଦୁଇ ଶିକ୍ଷା ପରିଷଦର ସଚିବ ଭାବେ ନିଯୁକ୍ତି ମିଳିଛି । ରଘୁରାମ ଆୟରଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଓ ଓପେପା ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ନୃସିଂହ ଚରଣ ସାହୁଙ୍କୁ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ, ଦେବବ୍ରତ ଜେନାଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଯୁଗ୍ମ ସଚିବ, ସୁଦର୍ଶନ ସେଠୀଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ, ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର, ବୀରେନ୍ଦ୍ର କୋରକୋରାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।

ଅନ୍ୟପଟେ ଦୀଗନ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ତାପିରାମ ମାଝୀଙ୍କୁ ଝାରସୁଗୁଡା ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭୈରବ ସିଂ ପଟେଲଙ୍କୁ ସୁନ୍ଦରଗଡ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କୁ କଳାହାଣ୍ଡି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରଦୀପ କୁମାର ସାହୁ(ଖ)ଙ୍କୁ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ, ଅବିନାଶ ରାଉତଙ୍କୁ ପୁରୀ ପୌରପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ହରିଶ ଚନ୍ଦ୍ର ଜେନାଙ୍କୁ ନୀଳଗିରି ଉପଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ସମ୍ବଲପୁର ସ୍ପେଶାଲ ଲ୍ୟାଣ୍ଡ ଅଫିସର, ବାଦଲ କୁମାର ମହାନ୍ତିଙ୍କୁ ଓରମାସ ଡେପୁଟି ସିଇଓ, ଶୁଭ୍ରାଂଶୁ ମିଶ୍ରଙ୍କୁ କଟକ ଉପଜିଲ୍ଲାପାଳ, ସଞ୍ଜୀବିତା ରାୟଙ୍କୁ କଟକ ମହାନଗର ନିଗମର ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ