ଭୁବନେଶ୍ବର: କୋଭିଡ କଟକଣା ପାଇଁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା। ଏନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ପୋର୍ଟାଲ ମାଧ୍ୟମରେ ଘୋଷଣା କରାଯାଇଛି । କୋଭିଡ କଟକଣା ପାଇଁ ପରୀକ୍ଷା ବାତିଲ ହୋଇଥିବା ଏଥିରେ ଦର୍ଶାଯାଇଛି ।
ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ହେବାର ଥିଲା । ତେବେ ନଭେମ୍ବରରେ ପୁଣି ହୋଇପାରେ । ହେଲେ ଏନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ