ଭୁବନେଶ୍ବର: ନୁପୁର ଶର୍ମାଙ୍କ ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ ବୟାନ ରଖନ୍ତୁ ମୋର ଦାବି। କାହାରିକୁ ବ୍ୟକ୍ତିଗତ ଆକ୍ଷେପ ମୋର ଉଦ୍ଦେଶ୍ୟ ନୁହେଁ । ଏହା କହିଛନ୍ତି ନରସିଂହ ମିଶ୍ର । ଆଜି ବିଧାନ ସଭା ଶୂନ୍ୟକାଳରେ ନୁପୁର ଶର୍ମାଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ମୁହାଁ ମୁହିଁ ହୋଇଥିଲେ । ନରସିଂହ ମିଶ୍ରଙ୍କ କହିଛନ୍ତି ମୁଁ ସୁପ୍ରିମ କୋର୍ଟଙ୍କ କଡା ମନ୍ତବ୍ୟ ନେଇ ଖବର କାଗଜରେ ପ୍ରକାଶିତ ରିପୋର୍ଟ ପଢୁଥିଲି। ଏଥିରେ ବିଜେପି ସଦସ୍ୟ ଅସହିଷ୍ଣୁ ହୋଇ ପ୍ରତିକ୍ରିୟା ପ୍ରକାଶ କଲେ ।
ନରସିଂହ କହିଛନ୍ତି ନୁପୁର ଶର୍ମା ନିଜପାଇଁ ସୁରକ୍ଷା ମାଗିବାକୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଯାହାକୁ ନେଇ ସୁପ୍ରିକୋର୍ଟ କଡା ମନ୍ତବ୍ୟ ରଖିଛନ୍ତି । ଯିଏ ନିଜ ପାଇଁ ସୁରକ୍ଷା ମାଗିବାକୁ ଆସିଛନ୍ତି ତାଙ୍କ ପାଇଁ ସାରା ଭାରତ ଅସୁରକ୍ଷିତ ବୋଲି ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଥିବା କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଛନ୍ତି। ନୁପୁର ଶର୍ମାଙ୍କ ବୟାନ ନେଇ ଉପୁଜିଥିବା ପରିସ୍ଥିତି ଓଡିଶାରେ ଯେ ନଘଟିବ କିଏ କହିବ ବୋଲି ନରସିଂହ ପ୍ରଶ୍ନ ଉଠାଇଥିଲେ ।
ନରସିଂହ କହିଥିଲେ ସାର ଭାରତ ମଧ୍ୟରେ ଓଡ଼ିଶା ଆସୁଛି। ତେଣୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୃହରେ ବୟାନ ରଖିବାକୁ ମୁଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲି। ମୁଁ ବିଜେପିକୁ ବା ବିଜେପିର କୌଣସି ସଦସ୍ୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିନି। ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ମୁଁ କହିଲି ମୁଁ ମୋ ବକ୍ତବ୍ୟ ଓ ଦାବି ଗୃହରେ ରଖିବି , କେହି ମୋତେ ପାଟି ତୁଣ୍ଡ କରି ମୋତେ ଚୁପ କରିପାରିବେନି। ତେଣୁ ସର୍ବଦଳୀୟ ବୈଠକ ପରେ ଗୃହରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଦାବି ରଖିଥି ଲି ବୋଲି ନରସିଂହ ମିଶ୍ର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର