ETV Bharat / city

ମୁରବୀ ବିହୀନ କ୍ୟାପିଟାଲ ହସ୍ପିଟାଲ, ଲକଡାଉନରେ କମିଛନ୍ତି ରୋଗୀ - କ୍ୟାପିଟାଲ ହସ୍ପିଟାଲରେ ଲକଡାଉନରେ କମିଛନ୍ତି ରୋଗୀ

କ୍ୟାପିଟାଲ ହସ୍ପିଟାଲକୁ ପୂର୍ବରୁ ଦୈନିକ 3000ରୁ ଅଧିକ ରୋଗୀ ଆସୁଥିବାବେଳେ ଏବେ ଏହାର ଅଧା ଆସୁଛନ୍ତି । ସେହିପରି ବିଭିନ୍ନ ୱାର୍ଡ ପରିଦର୍ଶନରେ ଆସୁନାହାନ୍ତି ଅଧିକାରୀ । ଅଧିକ ପଢନ୍ତୁ...

ମୁରବୀ ବିହୀନ କ୍ୟାପିଟାଲ ହସ୍ପିଟାଲ, ଲକଡାଉନରେ କମିଛନ୍ତି ରୋଗୀ

author img

By

Published : May 23, 2020, 8:40 PM IST

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିଛି । ପ୍ରତି ସେକ୍ଟରରେ ଏହାର ପରୋକ୍ଷ ପ୍ରଭାବ ଦେଖାଦେଇଛି । ଯାହା ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଛି । ଲକଡାଉନ ଭୟରେ ହସ୍ପିଟାଲରେ 50 ପ୍ରତିଶତରୁ ଅଧିକ ରୋଗୀ କମିଛନ୍ତି ।

ମୁରବୀ ବିହୀନ କ୍ୟାପିଟାଲ ହସ୍ପିଟାଲ, ଲକଡାଉନରେ କମିଛନ୍ତି ରୋଗୀ

ବର୍ତ୍ତମାନ ଏଠାରେ ସ୍ଥିତି ମଧ୍ୟ ଭଲ ନାହିଁ । ମୁରବୀ ବିହୀନ ହୋଇପଡିଛି କ୍ୟାପିଟାଲ ହସ୍ପିଟାଲ । ମାର୍ଚ୍ଚ 25ରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଓ ସେହି ମାସର 30 ତାରିଖରେ ନିରୀକ୍ଷକ ଅବସର ନେଇଛନ୍ତି । ବର୍ତ୍ତମାନ ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ରୂପେ ବେସାହାରା ହୋଇପଡିଛି । ଏଭଳି ପରିସ୍ଥିତିରେ ହସ୍ପିଟାଲରେ କୌଣସି କର୍ତ୍ତୃପକ୍ଷ ନଥିବାବେଳେ ଏହି କିପରି ଚାଲିଛି ତାହା ମଧ୍ୟ କାହାରି ନଜରରେ ପଡୁନାହିଁ ।

ଏହାସହ ଲକଡାଉନ ସମୟରେ ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି । ସବୁଦିନ ଅପେକ୍ଷା ପ୍ରାୟ 50 ପ୍ରତିଶତରୁ ଅଧିକ ମାତ୍ରାରେ ରୋଗୀ କମିଥିବାର ସୂଚନା ଦେଇଛନ୍ତି ଉପନିରୀକ୍ଷକ ଧନଞ୍ଜୟ ଦାସ । ଏହାଛଡା ହସ୍ପିଟାଲକୁ ପୂର୍ବରୁ ଦୈନିକ 3000ରୁ ଅଧିକ ରୋଗୀ ଆସୁଥିବାବେଳେ ଏବେ ଏହାର ଅଧା ଆସୁଛନ୍ତି । ଅନ୍ୟପଟେ ଦେଖିଲେ ହସ୍ପିଟାଲରେ ଦୈନିକ ଏକ ଟିମ ପ୍ରତ୍ୟେକ ବିଭାଗକୁ ବିଭିନ୍ନ ପରିସ୍ଥିତିର ନିରୀକ୍ଷଣ କରିବାକୁ ଯାଇଥାନ୍ତି ।

କିନ୍ତୁ ବର୍ତ୍ତମାନ ଏହା ହେଉନାହିଁ, ଯାହା ଫଳରେ ରୋଗୀଙ୍କ ପ୍ରତିଟି ସମସ୍ୟା ଜାଣିପାରୁନାହାନ୍ତି କର୍ତ୍ତୃପକ୍ଷ । ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଓଟି ବନ୍ଦ ରହିଛି । କେବଳ ସ୍ତ୍ରୀ ପ୍ରସୂତି ବିଭାଗକୁ ଛାଡିଦେଲେ ଅନ୍ୟ ଓଟି ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଏହା ଲକଡାଉନ ପରେ ଖୋଲିବ ବୋଲି ଜଣାପଡିଛି । ଏହାସହ ହସ୍ପିଟାଲର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଲକଡାଉନ ଦ୍ବାରା ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଉପନିରୀକ୍ଷକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.