ETV Bharat / city

Anemia: ଆସିଲା ରକ୍ତହୀନତା ରିପୋର୍ଟ, 5 ବର୍ଷରେ ବଢିଛି 20 ପ୍ରତିଶତ - ଆସିଲା ରକ୍ତହୀନତା ରିପୋର୍ଟ

ରକ୍ତହୀନତାକୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-5ର ତଥ୍ୟ ଆସିଛି । ଗତ ୫ ବର୍ଷରେ ରାଜ୍ୟରେ ୨୦ ପ୍ରତିଶତ ରକ୍ତହୀନତା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Anemia: ଆସିଲା ରକ୍ତହୀନତା ରିପୋର୍ଟ, 5 ବର୍ଷରେ ବଢିଛି 20 ପ୍ରତିଶତ

author img

By

Published : May 16, 2022, 7:04 PM IST

ଭୁବନେଶ୍ବର: ଆନେମିଆ ବା ରକ୍ତହୀନତା(Anemia)କୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-5ର ତଥ୍ୟ ସରକାରଙ୍କ ନିଦ ହଜାଇ ଦେଇଛି । ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ଦିଗରେ ସରକାରଙ୍କ ଅନେକ ଯୋଜନା କରୁଛନ୍ତି । ରାଜ୍ୟରେ ମୋଟ ଶିଶୁ ଓ ମହିଳାଙ୍କ ଭିତରୁ ଅଧିକାଂଶ ଏବେ ବି ପୃଷ୍ଟିହୀନତା ଓ ରକ୍ତହୀନତାରେ ପୀଡ଼ିତ ହେଉଛନ୍ତି । 5 ବର୍ଷରେ ବଢିଛି 20 ପ୍ରତିଶତ ରକ୍ତହୀନତା ।

ଆସିଲା ରକ୍ତହୀନତା ରିପୋର୍ଟ
ଆସିଲା ରକ୍ତହୀନତା ରିପୋର୍ଟ

ରାଜ୍ୟର 6 ମାସରୁ 5ବର୍ଷ ବୟସର ଶିଶୁଙ୍କ ମଧ୍ୟରୁ ପ୍ରାୟ 64.2 ପ୍ରତିଶତ ରକ୍ତହୀନତାରେ ଆକ୍ରାନ୍ତ ହେଉଛନ୍ତି । ଏହାର 5ବର୍ଷ ପୂର୍ବରୁ 2015-16ରେ ହୋଇଥିବା ସର୍ଭେରେ ଏହି ଅନୁପାତ ଥିଲା 44.6 ପ୍ରତିଶତ । ସେହିପରି 15 ରୁ 49 ବର୍ଷ ବୟସ୍କା ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା 64.4 ପ୍ରତିଶତ ରହିଥିବା ବେଳେ ଏହି ବୟସର ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହୀନତା ହାର ହେଉଛି 61.8 ପ୍ରତିଶତ । ତେବେ 15 ରୁ 19 ବର୍ଷ ବୟସର କିଶୋରୀଙ୍କ ମଧ୍ୟରେ ରକ୍ତହୀନତା ହାର ପ୍ରାୟ 65.5 ପ୍ରତିଶତ ରହିଛି ।

ଆସିଲା ରକ୍ତହୀନତା ରିପୋର୍ଟ
ଆସିଲା ରକ୍ତହୀନତା ରିପୋର୍ଟ

15 ରୁ 49 ବର୍ଷ ବୟସର ପୁରୁଷଙ୍କ କ୍ଷେତ୍ରରେ 28.5 ଏବଂ 15 ରୁ 19 ବର୍ଷର କିଶୋରଙ୍କ ମଧ୍ୟରେ ପ୍ରାୟ 30 ପ୍ରତିଶତ ରକ୍ତହୀନତାରେ ଆକ୍ରାନ୍ତ ହେଉଛନ୍ତି । ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ରକ୍ତହୀନତା ରୋଗରେ ପୀଡିତ ହେଉଛନ୍ତି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ ବରଂ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ବି ରକ୍ତହୀନତାର ବିକଳ ଚିତ୍ର ଦେଖିବାକୁ ମିଳିଛି । 6 ରୁ 9 ମାସର ଶିଶୁଙ୍କ ଭିତରେ ରକ୍ତହୀନତାର ପରିମାଣକୁ ଅନୁଶୀଳନ କଲେ ଜଣାଯାଏ ଯେ ରାଜ୍ୟର ମାଲକାନଗିରି ଜିଲ୍ଲାରେ 78.7%, ଏହା ସର୍ବାଧିକ । ବାଲେଶ୍ଵରରେ ସର୍ବନିମ୍ନ 43 ପ୍ରତିଶତ।

ସେହିପରି 15 ରୁ 49 ବର୍ଷୀୟା ମହିଳାଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ସର୍ବାଧିକ 75.8 ପ୍ରତିଶତ, କନ୍ଧମାଳରେ ସର୍ବନିମ୍ନ 48.9% । ଏସବୁ ସ୍ଥିତିକୁ ଅନୁଧ୍ୟାନ କରି ବିଭାଗ ଆନେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ କରିବାକୁ ପ୍ରୟାସ ଆରମ୍ଭ କରିଛି। ଅନ୍ୟପଟେ ପୁଷ୍ଟିହୀନତା କାରଣରୁ ପ୍ରାୟ 20.8% ମହିଳାଙ୍କର ବଡି ମାସ୍କ ଇଣ୍ଡେକ୍ସ ବା ଉଚ୍ଚତା ଅନୁସାରେ ଓଜନ ସ୍ଵାଭାବିକଠାରୁ କମ୍ ଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହାର ହାର ରହିଛି 15.3 ପ୍ରତିଶତ। 2019ରୁ 2021 ମଧ୍ୟରେ ଏହି ସର୍ଭେରେ ଭାରତର 6,36,699 ପରିବାରକୁ ନିଆଯାଇଥିବାବେଳେ ଓଡ଼ିଶାର 26475 ପରିବାରଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା ।

ସର୍ବଭାରତୀୟ ସ୍ତରରେ କେବଳ ପୁରୁଷ ନୁହନ୍ତି, ମହିଳାମାନେ ବି ଅଧିକ ସଂଖ୍ୟାରେ ମଦ୍ୟପାନ କରୁଥିବା ସର୍ଭେରୁ ଜଣାପଡିଛି । ଭାରତରେ 15 ବର୍ଷରୁ ଅଧିକ ବୟସର 1.3% ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାର ଏହା 4.3 % ମହିଳା ମଦ୍ୟପାନ କରୁଥିବାବେଳେ ପୁରୁଷଙ୍କ ସଂଖ୍ୟା ରହିଛି 28.8% । 15 ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ଭିତରୁ 26 % ତମାଖୁ ବ୍ୟବହାର କରୁଥିବାବେଳେ ଏ କ୍ଷେତ୍ରରେ ପୁରୁଷଙ୍କ ଅନୁପାତ ହେଉଛି 51%ରୁ ଅଧିକ । ଅର୍ଥାତ ଏକ ଚତୁର୍ଥାଂଶରୁ ଅଧିକ ମହିଳା ଏବଂ 50 ଶତାଂଶରୁ ଅଧିକ ପୁରୁଷ ଗୁଟଖା ବ୍ୟବହାର କରନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.