ETV Bharat / city

ଏଣିକି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଯିବାକୁ ପଡିବନି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ

ଏଣିକି ବାସଗୃହ ଓ ବିଲ୍ଡିଂର ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଯିବାକୁ ପଡିବନି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଦେଇପାରିବେ ଆବଶ୍ୟକୀୟ ପ୍ରମାଣପତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଫାଇଲ ଫଟୋ
author img

By

Published : Nov 19, 2019, 7:39 PM IST

ଭୁବନେଶ୍ବର: ଏଣିକି ବାସଗୃହ ଓ ବିଲ୍ଡିଂର ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଯିବାକୁ ପଡିବନି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଦେଇପାରିବେ ଆବଶ୍ୟକୀୟ ପ୍ରମାଣପତ୍ର । ବିଭିନ୍ନ ବାସଗୃହ ଓ ବିଲ୍ଡିଂରେ ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନ ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ ଅଧିକାରୀଙ୍କୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

Now the fire service department will work under departmental staff
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ନିଷ୍ପତ୍ତି ପରେ ଦୈନନ୍ଦିନ ଚଳନି ଓ ବ୍ୟବସାୟରେ ସହଜତା ଆସିପାରିବ । ରାଜ୍ୟ ସରକାରଙ୍କ ୫'ଟି' ନୀତି ଅନୁସାରେ ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । ନୂଆ ନିୟମ ଅନୁଯାୟୀ ଆବଶ୍ୟକୀୟ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର 18 ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିପାରିବେ କ୍ଷେତ୍ରୀୟ କର୍ମଚାରୀ । ତେବେ ଏହି ପ୍ରମାଣ ପତ୍ର ଅବଧି 2 ବର୍ଷ ପର୍ଯ୍ୟନ୍ତ ରହିବ । ସେହିପରି ଆବାସିକ କୋଠାବାଡି କ୍ଷେତ୍ରରେ ଏହି ପ୍ରମାଣ ପତ୍ର ୫ ବର୍ଷ ପର୍ଯ୍ୟନ୍ତ ରହିବ । ୨୦୨୦ ଏପ୍ରିଲ ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସମସ୍ତ ବ୍ୟବସ୍ଥା ଅନଲାଇନ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବାସଗୃହ ଓ ବିଲଡଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦେଶାଳୟ କୁ ଯିବାକୁ ପଡିବ ନାହିଁ ।ବିଭାଗର କ୍ଷେତ୍ରୟ କର୍ମଚାରୀ ମାନେ ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେଇପାରିବେ ।ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନ ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନ ଅଧିକାରୀ ।କ୍ଷେତ୍ରୟ ଅଧିକାରୀ କୁ ଦିଆଯିବ ।

Body:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କର୍ମେ ଏହି ନିଷ୍ପତ୍ତି ନିଆଯାଇଛି ।ଏହା ଦ୍ଵାରା ଦୈନନ୍ଦିନ ଚଳନି ଓ ବ୍ୟବସାୟ ରେ ସହଜତା ଆସିପାରିବ ।ରାଜ୍ୟ ସରକାରଙ୍କ ୫ଟି ନିତି ଅନୁସାରେ ଏହି ପ୍ରକ୍ରିୟା କୁ ସରଳ କରାଯାଇଛି ।

Conclusion:ଆବଶ୍ୟକୀୟ ପ୍ରକ୍ରିୟା ଅନୁସରଣ ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ଦେବେ ।
ପ୍ରମାଣ ପତ୍ର ଅବଧି ୨ ବର୍ଷ ରହିବ ।

ଆବାସିକ କୋଠାବାଡି କ୍ଷେତ୍ରରେ ୫ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ର ଅବଧି ରହିବ ।୨୦୨୦ ଏପ୍ରିଲ ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନ ର ସମସ୍ତ ବ୍ୟବସ୍ଥା ଅନଲାଇନ କରାଯିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.