ETV Bharat / city

ଗ୍ରାମାଞ୍ଚଳରେ କରି ହେବନି ଉଚ୍ଚା ଘର, ନେବାକୁ ପଡିବ ଅନୁମତି - planning needed for village house

ଏଣିକି ଗାଁରେ ମନଇଚ୍ଛା ଘର କରିହେବ ନାହିଁ । ଘର କରିବାକୁ ହେଲେ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡିବ।

ଫାଇଲ ଫଟୋ
author img

By

Published : Nov 12, 2019, 5:11 PM IST

ଭୁବନେଶ୍ବର: ଏଣିକି ଗାଁରେ ମନଇଚ୍ଛା ଘର କରିହେବ ନାହିଁ । ଘର କରିବାକୁ ହେଲେ ପଞ୍ଚାୟତ ସମିତିର ଅନୁମତି ନେବାକୁ ହେବ । ଯେଉଁଥିପାଇଁ ସରକାରଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଗ୍ରାମାଞ୍ଚଳରେ କରି ହେବନି ମନଇଚ୍ଛା ଘର, ଆଣିବାକୁ ହେବ ପଞ୍ଚାୟତ ସମିତିର ଅନୁମତି

ଜି+2 ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡିବ । ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ପ୍ରଥମେ ଆବେଦନ କରିବାକୁ ପଡିବ । ପଞ୍ଚାୟତ ସମିତି ଏହାକୁ ପ୍ରଥମସ୍ତରରେ ମଞ୍ଜୁରୀ ଦେଇ ଟାଉନ ପ୍ଲାନିଂ ପାଖକୁ ପଠାଇ ଚୂଡାନ୍ତ ମଞ୍ଜୁରୀ ଦେବା ପରେ ହିଁ ଘର କରି ହେବ ।

ଏହାଦ୍ବାରା ଭବିଷ୍ୟତରେ ହେବାକୁ ଥିବା ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି । ତେବେ ଏହି ନିୟମକୁ ନମାନିଲେ ଦଣ୍ଡବିଧାନର ବି ବ୍ୟବସ୍ଥା ରହିଥିବା ଦର୍ଶାଯାଇଛି । ସେପଟେ ଏପରି ନିୟମକୁ ସ୍ବାଗତ କରିବା ସହ ଏହାର ପ୍ରକୃତ କାର୍ଯ୍ୟକାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଏଣିକି ଗାଁରେ ଘରେ କରିବାକୁ ହେଲେ, ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ସେମାନେ ଏହାକୁ ପ୍ରଥମ ସ୍ତରରେ ମଞ୍ଜୁରୀ ଦେଇ ଟାଉନ ପ୍ଲାନିଂ ପାଖକୁ ପଠାଇ ଚୂଡାନ୍ତ ମଞ୍ଜୁରୀ ଦେବା ପରେ ହି ଘର କରି ହେବ। ଏହାର ଗେଜେଟ ନୋଟିଫିକେସନ ବି ସରିଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା:।
ପ୍ଲାନିଂ ଭାବେ ହୋଇପାରିବ। ଗାଁ କି ସହର ପାଖରେ ବଡ଼ ବଡ଼ ମଲ ହୋଇଯାଉଛି। ଡ୍ରେନେଜ ବ୍ୟବସ୍ଥା ନାହିଁ। ଏମିତି ହେଲେ ବ୍ୟବସ୍ଥା ସୁଧୁରିବ। ଦଣ୍ଡବିଧାନ ର ବି ବ୍ୟବସ୍ଥା ଥିବ।Body:ବାଇଟ ପ୍ରତାପ ଜେନା, ପଞ୍ଚାୟତିରାଜ ମନ୍ତ୍ରୀ
ବାଇଟ ପୀୟୂଷ ମହାନ୍ତି, ବିଶେଷଜ୍ଞ
ବାଇଟ ନରସିଂହ ମିଶ୍ର, କଂଗ୍ରେସ ନେତାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.