ETV Bharat / city

‘ମୋ ବସ’ରେ ମାଗଣାରେ ମିଳିବ ଖବର କାଗଜ - ନ୍ୟୁଜ ପେପର ଅନ ହ୍ବିଲ

ମୋ ବସରେ ଆରମ୍ଭ ହେଲା 'ନ୍ୟୁଜ ପେପର ଅନ ହ୍ବିଲ' । ଏଣିକି ମୋ ବସରେ ମାଗଣାରେ ମିଳିବ ଖବରକାଗଜ । ପରୀକ୍ଷାମୂଳକ ଭାବେ ଏହା କେବଳ ଏସି ବସ ଗୁଡିକରେ ମିଳିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 1, 2019, 6:25 PM IST

ଭୁବନେଶ୍ବର: ‘ମୋ ବସ’ରେ ଆରମ୍ଭ ହେଲା 'ନ୍ୟୁଜ ପେପର ଅନ ହ୍ବିଲ' । ଏଣିକି ମୋ ବସରେ ମାଗଣାରେ ମିଳିବ ଖବରକାଗଜ । ପରୀକ୍ଷାମୂଳକ ଭାବେ ଏହା କେବଳ ଏସି ବସ ଗୁଡିକରେ ମିଳିବ । ଏହି ମାଗଣା ସେବା ଯୋଗାଇଛି ମୋ ବସ । ଏଥିରେ ଜଣେ ଯାତ୍ରୀ ଖବରକାଗଜ ପଢି ରଖିବା ସହ ଅନ୍ୟ ଯାତ୍ରୀ ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏବେ କେବଳ ଇଂରାଜୀ ଖବରକାଗଜ ଉପଲବ୍ଧ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ସେବା ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ କାର୍ଯ୍ୟ କରିବ। ଯଦି ଯାତ୍ରୀ ଏହାକୁ ପସନ୍ଦ କରିବେ ତେବେ ଭବିଷ୍ୟତରେ ପଢିବା ପାଇଁ ବହି ଓ ମାଗାଜିନ ଦିଆଯିବ। କେବଳ ବସରେ ନୁହେଁ ବସଷ୍ଟାଣ୍ଡରେ ମଧ୍ୟ ଏହା ଉପଲବ୍ଧ ହେବ। ଏହାସହ ଏହି ମାସରେ ଓଡିଆ ଖବରକାଗଜ ମଧ୍ୟ ଉପଲବ୍ଧ କରାଯିବ।

ଯାତ୍ରୀମାନେ ମଧ୍ୟ ଏହି ସେବାକୁ ସ୍ବାଗତ କରିଛନ୍ତି। ଏହି ସେବା କିଭଳି ଭାବରେ ସମସ୍ତ ଯାତ୍ରୀଙ୍କ ପାଖରେ ପହଁଞ୍ଚିବ ସେନେଇ ଆଶା କରିଛନ୍ତି ଯାତ୍ରୀ। ଏପରି ବସ ଭିତରେ ପ୍ରଥମ ଥର ପାଇଁ ଖବରକାଗଜ ପଢିବାର ସୁଯୋଗକୁ ନେଇ ଯାତ୍ରୀମାନେ ବହୁତ ଖୁସି ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ମୋ ବସରେ ଆରମ୍ଭ ହେଲା 'ନ୍ୟୁଜ ପେପର ଅନ ହ୍ବିଲ' ।

(ଭିଓ)- ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ବିଲ। ଏଣିକି ବସରେ ଯାତ୍ରା ବେଳେ ମିଳିବ ଖବର କାଗଜ ପଢ଼ିବାର ସୁଯୋଗ। ପ୍ରଥମ ପର୍ଯ୍ୟାୟରେ 44 ଟି ଏସି ବସ ରେ ଆରମ୍ଭ ହୋଇଛି। ଆଗକୁ ବିଭିନ୍ନ ପ୍ରକାରର ପୁସ୍ତକ ଓ ମାଗଜିନ ମଧ୍ୟ ଉପଲବ୍ଧ ହେବ। ଏହି ସେବାକୁ ଶୁଭାରମ୍ଭ କଲେ କ୍ରୁଟ ଏମ ଡ଼ି ଅରୁଣ ବୋଥ୍ରା।

Body:

ଭୁବନେଶ୍ୱର କଟକ ରେ ମୋ ବସ ଏସି ବସ ଗୁଡିକରେ ଏଣିକି ଖବର କାଗଜ ଉପଲବ୍ଧ ହେବ। ଏହି ମାଗଣା ସେବା ଯୋଗାଇଛି ମୋ ବସ। କେବଳ ଏସି ବସ ରେ ଏହି ସେବା ଯୋଗାଇ ଦିଆଯିବା ସହ ଆଗକୁ ବିନା ଏସି ବସ ରେ ଯୋଗାଇ ଦିଆଯିବ। ଏହି ସେବା ସମ୍ପୂର୍ଣ୍ଣ ନିଶୁଳ୍କ ସେବା। ଜଣେ ଯାତ୍ରୀ ଖବରକାଗଜ ପଢି ରଖିବା ସହ ଅନ୍ୟ ଯାତ୍ରୀ ମଧ୍ୟ ଏହାର ସୁଯୋଗ ନେଇପାରିବ।

ଏହି ସେବା ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ କାର୍ଯ୍ୟ କରିବ। ଯଦି ଯାତ୍ରୀ ଏହାକୁ ପସନ୍ଦ କରିବେ ତେବେ ଭବିଷ୍ୟତରେ ପଢିବା ପାଇଁ ବହି ଓ ମାଗଜିନ ଦିଆଯିବ। କେବଳ ବସ ରେ ନୁହେଁ ବସ ଷ୍ଟାଣ୍ଡ ରେ ମଧ୍ୟ ଏହା ଉପଲବ୍ଧ ହେବ। ଏହା ସହ ଏହି ମାସରେ ଓଡ଼ିଆ ଖବର କାଗଜ ମଧ୍ୟ ଉପଲବ୍ଧ କରାଯିବ। ଯାହାକି ଯାତ୍ରୀ ମାନଙ୍କର ଯାତ୍ରା ସମୟରେ ସମୟ ନଷ୍ଟ ନହୁଏ ଓ ବିରକ୍ତ ଭାବ ନ ଆସେ ସେଥିଲାଗି ଏପରି ବ୍ୟବସ୍ଥା କରାଯାଇଛି ବୋଲି କ୍ରୁଟ ର ଏମ ଡ଼ି ଅରୁଣ ବୋଥ୍ରା କହିଛନ୍ତି।

ଏହାକୁ ନେଇ ଯାତ୍ରୀମାନେ ମନେ ମଧ୍ୟ ଏହି ସେବା କୁ ସ୍ୱାଗତ କରିଛନ୍ତି। ଏହି ସେବା କିଭଳି ଭାବରେ ସମସ୍ତ ଯାତ୍ରୀ ଙ୍କ ପାଖ ରେ ପହଁଚିବା ସେନେଇ ଆଶା କରିଛନ୍ତି ଯାତ୍ରୀ। ଏପରି ବସ ଭିତରେ ପ୍ରଥମ ଥର ପାଇଁ ଖବରକାଗଜ ପଢ଼ିବାର ସୁଯୋଗ କୁ ନେଇ ଜତ୍ତି ମନେ ବହୁତ ଖୁସି ରହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.