ETV Bharat / city

+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଅଗଷ୍ଟ 20ରୁ ଆବେଦନ - SAMS ୱେବସାଇଟ

+3 ନାମଲେଖା ପାଇଁ ପ୍ରକାଶ ପାଇଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି । ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ଯାଏଁ SAMS ୱେବସାଇଟରେ ହେବ ଫର୍ମ ପୂରଣ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ଅଧିକ ପଢନ୍ତୁ...

+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
author img

By

Published : Aug 17, 2021, 2:09 PM IST

ଭୁବନେଶ୍ବର: +3 ନାମଲେଖା ପାଇଁ ପ୍ରକାଶ ପାଇଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି । ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ଯାଏଁ SAMS ୱେବସାଇଟରେ ହେବ ଫର୍ମ ପୂରଣ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ୧୧ରୁ ୧୫ ପ୍ରଥମ ପର୍ଯ୍ୟାୟ ନାମଲେଖା । ଏହାପରେ ୨୨ରୁ ୨୫ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ ।

+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସେହିପରି ସେପ୍ଟେମ୍ବର 21 ତାରିଖ ଦିନ 11ଟା ରେ ଦ୍ବିତୀୟ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ । 22 ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟର ନାମଲେଖା । ଏହା ପରେ ବଳକା ସିଟ ପାଇଁ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବ । ଡିଗ୍ରୀ କଲେଜରେ ଇ-ଆଡମିଶନ ପାଇଁ ଜରୁରୀ ସୂଚନା । ଯୁକ୍ତ ଦୁଇ ପରୀକ୍ଷା ପରେ କେତେକ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇ ଇ-ଆଡ଼ମିଶନ ସମ୍ପର୍କିତ ବିଭିନ୍ନ ପ୍ରମାଣପତ୍ର ଯଥା ଯୁକ୍ତ ଦୁଇ ମାର୍କସିଟ ଓ ସାର୍ଟିଫିକେଟ ଇତ୍ୟାଦି ସଂଗ୍ରହ କରିଥାନ୍ତି ।

ଏଭଳି ପ୍ରଲୋଭନ ଠାରୁ ଶିକ୍ଷାର୍ଥୀମାନେ ଦୂରେଇ ରୁହନ୍ତୁ ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପାତ୍ର କୌଣସି ଶିକ୍ଷାନୁଷ୍ଠାନକୁ ଦିଅନ୍ତୁ ନାହିଁ । ଇ-ଆଡ଼ମିଶନ ସମ୍ବନ୍ଧୀୟ ସମସ୍ତ ଟଙ୍କା ପଇସା କାରବାର ଅନଲାଇନ ମାଧ୍ୟମରେ କରାଯାଏ । ତେଣୁ କୌଣସି ବ୍ୟକ୍ତିଙ୍କୁ ଆଡ଼ମିଶନ ପାଇଁ ଟଙ୍କା ନ ଦେବାକୁ ସୂଚନା ଦିଆ ଯାଇଛି ।

ଇ-ଆଡ଼ମିଶନ ନିୟମ ପ୍ରକ୍ରିୟ ସମ୍ପୂର୍ଣ ଭାବେ ମେରିଟ ଭିତ୍ତିରେ କରାଯାଇଥାଏ । ତେଣୁ ମହାବିଦ୍ୟାଳୟ ଚୟନ କରିବା ପୂର୍ବରୁ ସେ ମହାବିଦ୍ୟାଳୟର ଗଲା ବର୍ଷର କଟ ଅଫ ମାର୍କ ନମ୍ବର ଦେଖି ଚୟନ କରିବ ନଚେତ ଚୟନ ପ୍ରକ୍ରିୟାରୁ ନିଜ ନାମ ବାଦ ପଡ଼ିବାର ସମ୍ଭାବନା ଅଛି । ଛାତ୍ରଛାତ୍ରୀମାନେ ଗୋଟିଏ କଲେଜରେ ନାମ ଲେଖାଇ ସାରିବା ପରେ ଯଦି ପରେ ପସନ୍ଦ କଲେଜକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନଲାଇନ ମାଧ୍ୟମରେ slide-Up ଫର୍ମ ପୂରଣ କରିବାକୁ ପଡିବ। ନଚେତ slide up ପ୍ରକ୍ରିୟାରେ ସେମାନେ ଭାଗ ନେଇପାରିବେ ନାହିଁ ।

slide-up ପଦ୍ଧତିରେ ସମ୍ମତି ପ୍ରଦାନ କରିସାରିବା ପରେ ନିଜ ପସନ୍ଦ କଲେଜରେ ନାମ ଲେଖାଇପାରିବେ । କମନ ଆପ୍ଲିକେସନ ଫର୍ମ ଅନଲାଇନରେ ଦାଖଲ କରିବା ସମୟରେ ନିଜର ୟୁଜର ଆଇଡି ଓ ପାସୱାର୍ଡକୁ ସୁରକ୍ଷିତ ରଖନ୍ତୁ । ଯଦି କୌଣସି କାରଣରୁ ଏହା ଅନ୍ୟ କେହି ଜାଣନ୍ତି, ତେବେ ତାହାର ଦୁରୁପଯୋଗ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.