ETV Bharat / city

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ, ରାଷ୍ଟ୍ରୀୟ ସମ୍ମାନ ସହ ସୋମବାର ଶେଷକୃତ୍ୟ - ରଜତ କର ଡେଥ୍ ନ୍ୟୁଜ

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ 89 ବର୍ଷ ବୟସରେ ଦେହାନ୍ତ । ଅଧିକ ପଢନ୍ତୁ

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

author img

By

Published : May 8, 2022, 7:19 PM IST

Updated : May 8, 2022, 9:36 PM IST

ଭୁବନେଶ୍ବର: ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଦ୍ମଶ୍ରୀ ରଜତ କର । 89 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଏହ ବିଶିଷ୍ଟ ଜନନାୟକଙ୍କ ପରଲୋକ ଘଟିଛି । ଟିଭି ଏବଂ ରେଡିଓରେ ରଥଯାତ୍ରା ଧାରା ବିବରଣୀ ଦେଇ ଘରେ ଘରେ ପରିଚିତ ଥିଲେ ।

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ, ସୋମବାର ଶେଷକୃତ୍ୟ

ଖବର ମୁତାବକ, ଆଜି(ରବିବାର) କଟକରେ ହେବାକୁ ଥିବା ଭଞ୍ଜ ଜୟନ୍ତୀ ପାଇଁ ତଦାରଖ କରିବା ପରେ ଏହି କାର୍ଯ୍ୟକ୍ରମ ପାଇଁ ଚିଠିପତ୍ର ଲେଖା ଲେଖି କରୁଥିଲେ । ସକାଳେ ଖାଇ ସାରିବା ପରେ ହୃଦଘାତ ଆସିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଶିକ୍ଷା ଓ ସାହିତ୍ୟରେ ଅତୁଳୀନୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭାଷ୍ୟକାର ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ସେ ବେଶ ପରିଚତ ଥିଲେ । ଦୀର୍ଘ ୬୦ ବର୍ଷ ଧରି ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାନିତ ହୋଇଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି । ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏଥିସହ ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ SCIT ନିର୍ଦ୍ଦେଶକ ଭାବେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି । ଅପ୍ରେଲ 16 ତାରିଖରେ ତାଙ୍କର ନାଟକ ନିଷିଦ୍ଧ ନୀଳାଚଳ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା । ଯାହାକୁ ଲୋକମାନେ ବେଶ ପ୍ରଶଂସା କରିଥିଲେ । ଓଡିଆ ସାହିତ୍ୟ ଜଗତ ପ୍ରତି ଥିବା ତାଙ୍କ ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ରହିବ ।

ବିଗତ ୪୨ ବର୍ଷ ଧରି ପ୍ରବୀଣ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା , ବିଗତ ଦୀର୍ଘ ୬୦ ବର୍ଷ ଧରି ସେ ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ଓ ଆକାଶବାଣୀରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ରହିଛି ସମଗ୍ର ଭାରତ ବର୍ଷରେ । ୧୯୩୪ ମସିହା, ଅକ୍ଟୋବର ୨ ତାରିଖରେ ପିତା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ଏହି ମହାନ ଓଡ଼ିଆ ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ବରେଣ୍ୟ ପଦ୍ମଶ୍ରୀ ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ।

ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି । ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଛନ୍ତି । ତନ୍ମଧ୍ୟରୁ "ଜନ ଜୀବନରେ ଜଗନ୍ନାଥ ", "ଅନନ୍ୟ ଜଗନ୍ନାଥ ଅନୁଭୂତିର","ଅନ୍ଧପୁଟୁଳି", "ଚନ୍ଦନ ହଜୁର", "ଜଣାଣ ଜଣାଉଛି ଜଗନ୍ନାଥଙ୍କୁ", ବାଇଶି ପାବଚ୍ଛ, ବୀର ଚାଖି ଖୁଣ୍ଟିଆ,"ଜନମାନସରେ ଭଞ୍ଜ" ପ୍ରଭୃତି ସାରସ୍ଵତ ସୃଷ୍ଟି ଓଡ଼ିଆ ବାଣୀ ଭଣ୍ଡାରର ଅମ୍ଲାନ ପଣ୍ୟ ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅକଳ୍ପନୀୟ ପ୍ରତିଭା ତଥା ସୃଷ୍ଟି ସମୂହର ଜଣେ ଗବେଷକ ଭାବରେ ଯେପରି ତାଙ୍କର ପ୍ରଜ୍ଞା ପ୍ରତିଫଳିତ, ଠିକ୍ ସେହିପରି ପାଲା ସାହିତ୍ୟ ସଂସ୍କୃତିର ଜଣେ ସମର୍ପିତ ଉପାସକ ଭାବେ ସୁପରିଚିତ ଥିଲେ ଏବଂ ବିଭିନ୍ନ ଟେଲିଭିଜନ କାର୍ଯ୍ୟକ୍ରମରେ ପାଲା ସାହିତ୍ୟ ପ୍ରତିଯୋଗିତା ଅର୍ଥାତ୍ ବାଦି ପାଲାର ବିଚାରକ ଭାବେ ତାଙ୍କର ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ଵ ପାଇଥିଲା ଅଜସ୍ର ଦର୍ଶକୀୟ ପ୍ରଶଂସା । ତେବେ ଆସନ୍ତାକାଲି(ସୋମବାର) ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 8, 2022, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.