ETV Bharat / city

ଖୋଲିବ ନାହିଁ ରତ୍ନଭଣ୍ଡାର, ଯାଞ୍ଚ ହେବନି ଅଳଙ୍କାର - puri temple

ରତ୍ନଭଣ୍ଡାରରେ ଥିବା ସମସ୍ତ ସୁନା, ରୂପା ଓ ମୁଲ୍ୟବାନ ଅଳଙ୍କାର ସୁରକ୍ଷିତ ରହିଛି । ତେଣୁ ଯାଞ୍ଚ ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ratnabhandar
ଫାଇଲ ଫଟୋ
author img

By

Published : Nov 26, 2019, 2:33 PM IST

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ ସହିତ ସମସ୍ତ ଅଳଙ୍କାରର ତାଲିକା ସାର୍ବଜନୀନ କରାଯିବ ନାହିଁ । ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଶେଷଥର ପାଇଁ 14।7।1985ରେ ଖୋଲା ଯାଇଥିଲା । ଏହି ସମୟରେ 454ଟି ସୁନା ଅଳଙ୍କାର ସହିତ 236ଟି ରୂପ ଅଳଙ୍କାର ରହିଥିବା ନେଇ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲିଖିତ ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ଖୋଲିବ ନାହିଁ ରତ୍ନ ଭଣ୍ଡାର, ଯାଞ୍ଚ ହେବନି ଅଳଙ୍କାର

କଂଗ୍ରେସ ବିଧାୟକ ସୁରେଶ ରାୟତରାୟ ଓ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଛି ତେଣୁ ଅଡ଼ିଟ ପାଇଁ ସରକାରଙ୍କ ପ୍ରସ୍ତାବ ନାହିଁ ବୋଲି ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ରତ୍ନ ଭଣ୍ଡାର ଖୋଲିବ ପାଇଁ ସରକାରଙ୍କ ଦମ ନାହିଁ । ଖୋଲିଲେ ସବୁ ଧରା ପଡିଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେପଟେ ଚତୁରତାର ସହ ସରକାର ଏହାକୁ ଏଡେଇ ଦେଇଛନ୍ତି । କାଲି ବିଧାନସଭାରେ ଏ କଥା ଉଠେଇବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଡିଟ ସହିତ ସମସ୍ତ ଅଳଙ୍କାରର ତାଲିକା ସାର୍ବଜନୀନ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ। ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାରର 14।7।1985ରେ ଶେଷଥର ପାଇଁ ଖୋଲା ଯାଇଥିଲା। ଏହି ସମୟରେ 454ଟି ସୁନା ଅଳଙ୍କାର ରହିଛି। 236ଟି ରୂପ ଅଳଙ୍କାର ରହିଛି।
ସବୁ ଅଳଙ୍କାର ସୁରକ୍ଷିତ ରହିଛି।
ରତ୍ନ ଭଣ୍ଡାର ଖୋଲିବ ପାଇଁ ସରକାରଙ୍କ ଦମ ନାହିଁ। ଖୋଲିଲେ ସବୁ ଧର ପଡିଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେପଟେ ଚତୁରତାର ସହ ସରକାର ଏହାକୁ ଏଡେଇ ଦେଇଛନ୍ତି। କାଲି ବିଧାନସଭାରେ ଏ କଥା ଉଠେଇବୁ। ଖୋଲିଲେ କଣ ଅଛି ସମସ୍ତେ ଜାଣିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।Body:ବାଇଟ ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା
ବାଇଟ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.