ETV Bharat / city

କୁଆଖାଇରେ ବୃହତ୍ତ ଆନିକଟ ନିର୍ମାଣ ଦାବି - ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ

କୁଆଖାଇରେ ବୃହତ ଆନିକଟ ନିର୍ମାଣ ପାଇଁ ଦାବି କରିଛି ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ । ଏକ ସାମ୍ବାଦିକ ସମ୍ମିଳନୀ କରି ବାଲିଅନ୍ତା ଠାରେ ଆନିକଟ ନିର୍ମାଣ ସହ ନଦୀର ଉଭୟ ପାଶ୍ବରେ କୂଳକୁ ଲାଗି ଦୃଢ଼ ବନ୍ଧ ଓ ଚଉଡା ରାସ୍ତା ନିର୍ମାଣ କରାଯାଉ ବୋଲି ପରିଷଦ କହିଛି । ଅଧିକ ପଢନ୍ତୁ

କୁଆଖାଇରେ ବୃହତ୍ତ ଆନିକଟ ନିର୍ମାଣ ଦାବି
କୁଆଖାଇରେ ବୃହତ୍ତ ଆନିକଟ ନିର୍ମାଣ ଦାବି
author img

By

Published : May 18, 2022, 12:18 PM IST

ଭୁବନେଶ୍ବର: କୁଆଖାଇରେ ବୃହତ ଆନିକଟ ନିର୍ମାଣ ପାଇଁ ଦାବି କରିଛି ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ । ଏକ ସାମ୍ବାଦିକ ସମ୍ମିଳନୀ କରି ବାଲିଅନ୍ତା ଠାରେ ଆନିକଟ ନିର୍ମାଣ ସହ ନଦୀର ଉଭୟ ପାର୍ଶ୍ବରେ କୂଳକୁ ଲାଗି ଦୃଢ଼ ବନ୍ଧ ଓ ଚଉଡା ରାସ୍ତା ନିର୍ମାଣ କରାଯାଉ ବୋଲି ପରିଷଦ କହିଛି ।

କୁଆଖାଇରେ ବୃହତ୍ତ ଆନିକଟ ନିର୍ମାଣ ଦାବି

ଭୂତଳ ଜଳସ୍ତର କମିଯାଉଥିବା ବେଳେ ଏଭଳି ବ୍ୟାରେଜ ନିର୍ମାଣ ହିଁ ଏକମାତ୍ର ଭରସା । ଏହା ଦ୍ବାରା ଜଳ ସଂରକ୍ଷଣ ସହ ସହରର ପରବେଶ ପରିସ୍ଥିତି ସୁଧୁରି ପାରିବ ବୋଲି କହିଛନ୍ତି ପରିଷଦ ସଭାପତି । କୁଆଖାଇକୁ 30 ରୁ 35 ଫୁଟ ଖନନ କରି ତାକୁ ଏକ ପୂର୍ଣ୍ଣ ଗର୍ଭାସୁବିଶାଳ ନଦୀର ପରିଣତ କରିବା ଆବଶ୍ୟକ । ଏନେଇ 2010ରୁ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ହେଲେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ପରିଷଦ ସଦସ୍ୟ ।

ଆଧୁନିକତାର ଚାକଚକ୍ୟରେ ପରିବେଶ ସନ୍ତୁଳନ ହରାଉଛି । ଶୁଷ୍କ ହେଉଛି ରାଜଧାନୀ । 6ରୁ 7 ଫୁଟ ଭିତରେ ଜଳୀୟାଶଂର ସନ୍ଧାନ ମିଳିବା କଷ୍ଟକର ହୋଇଛି । ପୂର୍ବରୁ ଯେଉଁଠି 10ରୁ 15 ଫୁଟ ତଳେ ପାଣି ମିଳି ଯାଇଥିଲା ବର୍ତ୍ତମାନ ତାହା 60 70 ଫୁଟ ହୋଇଛି । ଏ ପରିସ୍ଥିତିର ମୁକାବିଲା କରିବାକୁ ହେଲେ ରାଜଧାନୀରେ ଜଳଉତ୍ସ ରହିବା ଦରକାର । ଏ ସମସ୍ୟାର ସମାଧାନ ସୂରୁପ କୁଆଖାଇରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସଂରକ୍ଷିତ ରଖିବାକୁ ଦାବି କରିଛି ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.