ETV Bharat / city

ଛାଡଖାଇରେ ଆମିଷ ବଜାର ଖାଁ ଖାଁ, ବେପାର ମାନ୍ଦା

author img

By

Published : Dec 1, 2020, 4:32 PM IST

ମାସକର ଧର୍ମମାସ ଶେଷ ପରେ ଆଜି ଛାଡଖାଇ । ଛାଡଖାଇ ମଙ୍ଗଳବାର ପଡିଥିବାରୁ ପ୍ରଥମ ଦିନରେ ଆମିଷ ବଜାର ଖାଁ ଖାଁ ପରିଲକ୍ଷିତ ହୋଇଛି । ବେପାରୀମାନେ ଆସନ୍ତାକାଲି ଅର୍ଥାତ ବୁଧବାରକୁ ଭଲ ବ୍ୟବସାୟ ଆଶାରେ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

nonveg market over chadkhai after kartika purnima
ଛାଡଖାଇରେ ଆମିଷ ବଜାର ଖାଁ ଖାଁ, ବେପାର ମାନ୍ଦା

ଭୁବନେଶ୍ବର: ଛାଡଖାଇ କିନ୍ତୁ ଆମିଷ ବଜାର ଖାଁ ଖାଁ, ଆସନ୍ତାକାଲିକୁ ଆଶା । ଧର୍ମ ମାସ ସରିବା ପରେ ଆଜି ପାଳନ ହେଉଛି ଛାଡଖାଇ । ମଙ୍ଗଳବାର ହୋଇଥିବାରୁ ଆମିଷ ବଜାର ଖାଁ ଖାଁ ରହିଛି । ଆସନ୍ତାକାଲି ବୁଧବାର ହେଉଥିବାରୁ ଆମିଷ ବଜାରରେ ଭିଡ ରହିବ ବୋଲି ଆଶା କରାଯାଉଛି ।

ଦୀର୍ଘ ଏକ ମାସର ଧର୍ମ ମାସ ପରେ ଆଜି ହେଉଛି ଛାଡଖାଇ । ହେଲେ ଆଜି ମଙ୍ଗଳବାର ରହିଥିବାରୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିନଥିଲା । ସମ୍ପୂର୍ଣ୍ଣ ଭାବରେ ବଜାର ଖାଁ ଖାଁ ରହିଥିଲା । ଆସନ୍ତାକାଲି ବୁଧବାର ରହିଥିବାରୁ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି । ଏହାକୁ ନେଇ ବେପାରୀ କୁହନ୍ତି ଯେ ଆଜି ଛାଡଖାଇ ଥିବାରୁ ଗୋଦାମରୁ ମାଛ ଚିଙ୍ଗୁଡ଼ି ଅଣାଯାଇଥିଲା । କିନ୍ତୁ ମଙ୍ଗଳବାର ପଡିଯିବାରୁ ଗ୍ରାହକ ଆସୁନାହାନ୍ତି । ଆସନ୍ତାକାଲି ଭିଡ଼ ରହିବ। ଏଥି ସହ କୋରୋନା ପାଇଁ ମାଛ ଆସୁନଥିବା ବେଳେ ଚଳିତ ବର୍ଷ ଛାଡଖାଇରେ ମାଛ ଚଢା ଦର ରହିବ ବୋଲି ବେପାରୀ ମାନେ କହିଛନ୍ତି ।

ଅନ୍ୟପଟେ ବଜାରରେ ବିଭିନ୍ନ ପ୍ରକାରର ମାଛ ଚିଙ୍ଗୁଡି ସହ କଙ୍କଡା ମଧ୍ୟ ଦେଖିବାକୁ ମିଳିଛି । ବଜାରରେ 20 ପ୍ରକାରର ମାଛ ଓ 10 ପ୍ରକାରର ଚିଙ୍ଗୁଡ଼ି ଓ ମାଂସ ଆଦି ଆସନ୍ତାକାଲି ପାଇଁ ପ୍ରସ୍ତୁତ ହୋଇ ରହିଛି । ଛାଡଖାଇ ସମୟରେ ବେପାରୀ ମାନେ କିଛି ଅଧିକ ରୋଜଗାର ଆଶା ରଖିଥାନ୍ତି । କିନ୍ତୁ ଚଳିତ ବର୍ଷ ପ୍ରଥମ ଦିନରେ ସେଭଳି କୌଣସି ଭଲ ଉପାର୍ଜନ ହୋଇପାରିନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.