ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ଵାରା ଏକ ଅଣରାଜନୈତିକ ସଙ୍ଗଠନ ‘ୟୁଥ ଫର ଆକ୍ସନ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି ସଙ୍ଗଠନର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଯୁବକଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ବାଣୀରେ ପରିଚାଳିତ କରାଇବା ସହ ଦେଶ ଓ ରାଜ୍ୟର ଉତ୍ଥାନ ପାଇଁ ନିରନ୍ତର କାର୍ଯ୍ୟ କରାଇବା।
ସ୍ଥାନୀୟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଆଥଲେଟ ଦୂତୀ ଚାନ୍ଦ ଓ ବିଶିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୁବପିଢିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ