ETV Bharat / city

ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ନିୟୋଜିତ ହେବେନି ଅଣ ସ୍ୱାସ୍ଥ୍ୟ କର୍ମଚାରୀ: ସ୍ବାସ୍ଥ୍ୟ ବିଭାଗ - pradita mohapatra news

ଏଣିକି ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଦେଖିପାରିବେ ନାହିଁ ଅଣ ସ୍ୱାସ୍ଥ୍ୟ କର୍ମଚାରୀ । ରୋଗୀ ସେବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ...

ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ନିୟୋଜିତ ହେବେନି ଅଣ ସ୍ୱାସ୍ଥ୍ୟ କର୍ମଚାରୀ: ସ୍ବାସ୍ଥ୍ୟ ବିଭାଗ

author img

By

Published : Aug 19, 2021, 3:26 PM IST

ଭୁବନେଶ୍ବର: ଏଣିକି ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଦେଖିପାରିବେ ନାହିଁ ଅଣ ସ୍ୱାସ୍ଥ୍ୟ କର୍ମଚାରୀ । ରୋଗୀ ସେବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସିକ୍ୟୁରିଟି ଗାର୍ଡ ଚିକିତ୍ସାରେ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗୁରୁତର ସହ ନେଇ ସ୍ବାସ୍ଥ୍ୟ ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିବା ସହ ଘଟଣାର ତଦନ୍ତ ମଧ୍ୟ କରିଛି ।

ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ନିୟୋଜିତ ହେବେନି ଅଣ ସ୍ୱାସ୍ଥ୍ୟ କର୍ମଚାରୀ: ସ୍ବାସ୍ଥ୍ୟ ବିଭାଗ
ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ନିୟୋଜିତ ହେବେନି ଅଣ ସ୍ୱାସ୍ଥ୍ୟ କର୍ମଚାରୀ: ସ୍ବାସ୍ଥ୍ୟ ବିଭାଗ

ତଦନ୍ତ ରିପୋର୍ଟ ଅନୁଯାୟୀ ହିଂଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିଲେ ଏବଂ ଜଣେ ରୋଗୀଙ୍କ ରକ୍ତଚାପ ଯାଞ୍ଚ କରୁଥିଲେ ତେବେ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଉପଲବ୍ଧ ନଥିବାରୁ ସିକ୍ୟୁରିଟି ଗାର୍ଡ କେବଳ ବିପି ଯନ୍ତ୍ରର କପ୍ ବାନ୍ଧିବାରେ ସାହାଯ୍ୟ କରୁଥିଲେ । ଏହା ତାଙ୍କ କାର୍ଯ୍ୟର ଅଂଶ ନଥିଲା । ତେବେ ଏଭଳି ଚିତ୍ର ଜନସାଧାରଣଙ୍କୁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଏକ ଭୁଲ ଏବଂ ବିଭ୍ରାନ୍ତକାରୀ ବାର୍ତ୍ତା ଦେଉଛି ।

କୌଣସି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ପୁନରାବୃତ୍ତି ଯେଭଳି ନହେବ ତାହାରି ଉପରେ ଧ୍ୟାନ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ସ୍ୱାସ୍ଥ୍ୟ ସୁବିଧା ପାଇବାକୁ ଆସୁଥିବା ରୋଗୀମାନେ କେବଳ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଦ୍ୱାରା ଚିକିତ୍ସିତ ହେବେ। ଚିକିତ୍ସା ପ୍ରକ୍ରିୟାରେ ଡାକ୍ତରଙ୍କୁ ସ୍ବାସ୍ଥ୍ୟସେବାରେ କର୍ମଚାରୀ ହିଁ ସାହାଯ୍ୟ କରିବେ । କୌଣସି ସରକାରୀ ଡାକ୍ତରଖାନାରେ କୌଣସି ଅଣ ସ୍ୱାସ୍ଥ୍ୟସେବା କର୍ମଚାରୀ ଯେଭଳି ଚିକିତ୍ସାରେ ନିୟୋଜିତ ନହେଲେ ସେଥିପ୍ରତି ଯତ୍ନବାନ ହେବାକୁ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସିକ୍ୟୁରିଟି ଗାର୍ଡ ଚିକିତ୍ସାରେ ନିୟୋଜିତ ଥିଲେ । ଏଭଳି ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରି ଏଭଳି ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.