ETV Bharat / city

BMC ELECTION: ୨୩୩ କର୍ପୋରେଟର ସହ ୪ ମେୟର ପ୍ରାର୍ଥୀ ଭରିଲେ ନାମାଙ୍କନ - ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ୬ଷ୍ଠ ଦିବସ ବା ଶେଷ ଦିନ । ଶେଷ ଦିନରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୋରଦାର ଚାଲିଥିବାବେଳେ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

BMC ELECTION : ୨୩୩ କର୍ପୋରେଟର ସହ ୪ ମେୟର ଭରିଲେ ନାମାଙ୍କନ

author img

By

Published : Mar 7, 2022, 8:56 PM IST

Updated : Mar 7, 2022, 9:35 PM IST

ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ୬ଷ୍ଠ ଦିବସ ବା ଶେଷ ଦିନ । ଶେଷ ଦିନରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୋରଦାର ଚାଲିଥିବାବେଳେ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ସହ ଆପ ଓ ସ୍ୱାଧୀନ ପ୍ରାର୍ଥୀମାନେ ଆସି ନାମାଙ୍କନ ଭରୁଛନ୍ତି ।

ତେବେ ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେଉଛି । ଆଜି(ସୋମବାର) ୨୩୩ ଜଣ କର୍ପୋରେଟର ଓ ୪ ଜଣ ମେୟର ପାଇଁ ନାମାଙ୍କନ ଭରିଛନ୍ତି । ତିନି ପ୍ରମୁଖ ଦଳ ସହ ଆପ ଓ କିଛି ସ୍ବାଧୀନ ଦଳର ଆଶାୟୀ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଭରିଥିଲେ।

BMC ELECTION: ୨୩୩ କର୍ପୋରେଟର ସହ ୪ ମେୟର ଭରିଲେ ନାମାଙ୍କନ

ତେବେ ଶେଷ ଦିନରେ ଭିଡ ଥିବାରୁ ୩ ଟା ଭିତରେ ଯେଉଁମାନେ ପହଞ୍ଚିଛନ୍ତି, ସେମାନଙ୍କୁ ଟୋକନ ମିଳି ସାରିଥିବା ବେଳେ ସୁରୁଖୁରୁରେ ହୋଇଥିଲା ନାମାଙ୍କନ। ନାମାଙ୍କନ ପରେ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ତାରିଖ ଦିନ ୩ଟା ଯାଏଁ ରହିଛି ।

ଏହାବି ପଢନ୍ତୁ : Ukraine War: ଜନ୍ମମାଟିକୁ ଫେରିଲେ ୭୭ ଛାତ୍ରଛାତ୍ରୀ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ ତାରିଖ ଅପରାହ୍ନ ୫ଟାରେ ବାହାରିବା ପରେ ୨୪ ତାରିଖ ସକାଳ ୮ ଠାରୁ ଅପରାହ୍ନ ୫ଟା ଯାଏଁ ମତଦାନ ହେବ । ଏହାପରେ ୨୬ ତାରିଖ ସକାଳ ୮ଟା ରୁ ଭୋଟ ଗଣତି ଆରମ୍ଭ ହୋଇ ଶେଷରେ ଫଳାଫଳ ପ୍ରକାଶ ପାଇବ । ଏହାପରେ ୨୯ ତାରିଖରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ । ୩୧ ତାରିଖରେ ଡେ଼ପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ୱାରା ଆହୁତ ହେବ ବୈଠକ ।

ଏପ୍ରିଲ ୮ ତାରିଖରେ ଡେ଼ପୁଟି ମେୟର ନିର୍ବାଚନ ହେବ । ଏହାସହ ନିର୍ବାଚନ ପାଇଁ ଆଚରଣ ବିଧି ଗତ ୨୫ ତାରିଖରୁ ଲାଗୁ ହୋଇ ସାରିଥିବା ବେଳେ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ନିର୍ବାଚନ ଆଚରଣ ବିଧିକୁ କଡାକଡି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 7, 2022, 9:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.