ETV Bharat / city

ବିପଦସଙ୍କୁଳରେ ବାତ୍ୟା ଆଶ୍ରୟସ୍ଥଳୀ, ଗୃହରେ ବିଧାୟକଙ୍କ ଅସନ୍ତୋଷ ପ୍ରକାଶ - ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ନେଇ ଗୃହରେ ହଙ୍ଗାମା। ଅସନ୍ତୋଷ ପ୍ରକାଶ କରିଛନ୍ତି ସମସ୍ତ ଦଳର ବିଧାୟକ। ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ବ୍ୟବସ୍ଥା ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।

ଡ଼ିଜାଇନ୍ ଫଟୋ
author img

By

Published : Nov 22, 2019, 12:47 PM IST

ଭୁବନେଶ୍ବର: ବାତ୍ୟା ଆଶ୍ରୟସ୍ଥଳୀ ହେଉଛି, ହେଲେ କିନ୍ତୁ ମରାମତି ହେଉନି । ଏପରିକି ବାତ୍ୟା ଆଶ୍ରୟସ୍ଥଳୀକୁ ସବୁଦିନିଆ ରାସ୍ତା ନାହିଁ। ଏନେଇ ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ପ୍ରଶ୍ନକାଳରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ବ ପ୍ରଶଂସା କରୁଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ ରହିଥିବାରୁ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି।

1999 ମହାବାତ୍ୟା ପରେ 6ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ 694ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA) ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ସେହିପରି 65ଟି ରେଡ କ୍ରସ ନିର୍ମାଣ କରିଛି । ସମୁଦାୟ 759ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ଅଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡ କହିଛନ୍ତି।

ବିପଦସଙ୍କୁଳରେ ବାତ୍ୟା ଆଶ୍ରୟସ୍ଥଳୀ, ଗୃହରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବର୍ତ୍ତମାନ ଆଶ୍ରୟସ୍ଥଳୀର ମରାମତି ଦାୟିତ୍ବ କୌଣସି ବିଭାଗ ନେଉନାହାଁନ୍ତି। ଏପରିକି ସେଠାରେ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ନାହିଁ। ଏନେଇ ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଏବେ ସବୁ ଆଶ୍ରୟସ୍ଥଳୀର ମରାମତି ପାଇଁ ଅଡିଟ ହେଉଛି। ଏହା ସହ ଆଗକୁ ମରାମତି ଦାୟିତ୍ବ ପଞ୍ଚାୟତ ଓ ବ୍ଲକକୁ ଦେବାକୁ ଆଲୋଚନା ଚାଲିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.