ETV Bharat / city

‘ଓଡ଼ିଶାରେ ନାହିଁ ରି-ଇନ୍‌ଫେକ୍ସନ ସ୍ଥିତି’ - corona

ରାଜ୍ୟରେ ରି-ଇନ୍‌ଫେକ୍ସନର ସ୍ଥିତି ଆସିନାହିଁ । ରାଜ୍ୟରେ 3 ଜଣଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଦେଖାଦେଇଛି, ତେବେ ଆଉ ସଂକ୍ରମିତ ହେବାର ଭୟ ନାହିଁ । ଏନେଇ ଆମକୁ ଅଧିକ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ....

‘ଓଡ଼ିଶାରେ ନାହିଁ ରି-ଇନ୍‌ଫେକ୍‌ସନ ସ୍ଥିତି’
‘ଓଡ଼ିଶାରେ ନାହିଁ ରି-ଇନ୍‌ଫେକ୍‌ସନ ସ୍ଥିତି’
author img

By

Published : Mar 25, 2021, 1:04 PM IST

ଭୁବନେଶ୍ବର: ରାଜ୍ୟରେ ରି-ଇନ୍‌ଫେକ୍‌ସନର ସ୍ଥିତି ଆସିନାହିଁ । ରାଜ୍ୟରେ 3 ଜଣଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଦେଖାଦେଇଛି, ତେବେ ଆଉ ସଂକ୍ରମିତ ହେବାର ଭୟ ନାହିଁ । ଏନେଇ ଆମକୁ ଅଧିକ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦିନକୁ 10, 500 RTPCR ଟେଷ୍ଟ କରାଯାଉଛି । ବାହାରୁ ଆସୁଥିବା ଲୋକଙ୍କର ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି ।

‘ଓଡ଼ିଶାରେ ନାହିଁ ରି-ଇନ୍‌ଫେକ୍‌ସନ ସ୍ଥିତି’

ଡିସେମ୍ବରରେ ବାହାରିଥିବା ପଜିଟିଭର 5 ପ୍ରତିଶତ ଓ ଅନ୍ୟ ଭ୍ୟାରିଆଣ୍ଟ ଟେଷ୍ଟ ହୋଇଥିଲା। ଦେଶର ୧୦ ଟି ଇନଷ୍ଟିଚ୍ୟୁଟ ଜିନୋମ ସିକ୍ୟୁଏନ୍ସ କରିଥିବା ବେଳେ ଆଇଏଲଏସରେ ଓଡିଶା, ବିହାର, ଛତିଶଗଡ଼, ଝାଡଖଣ୍ଡର ସାମ୍ପଲ ଟେଷ୍ଟ ହୋଇଥିଲା । 3 ଜଣଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଆସିଥିଲା, ଯାହାକି ପୁନେକୁ ଟେଷ୍ଟ ପାଇଁ ଯାଇଥିଲା। ଆଇଏଲଏସକୁ ୨୨୦ ସାମ୍ପଲ୍ ଆସିଥିବା ବେଳେ ଗୋଟିଏ ଡବଲ ମ୍ୟୁଟେସନ ଥିଲା । ତେବେ ସେ ସୁସ୍ଥ ହୋଇଛନ୍ତି।

୩ ଟି ୟୁକେ ଷ୍ଟ୍ରେନ n440k ବାହାରିଥିଲା। ସେମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଆଉ କାହାକୁ ସ୍ପ୍ରେଡ଼ କରିବାର ସମ୍ଭାବନା ନାହିଁ। ଅନ୍ୟ ରାଜ୍ୟରେ ଦେଖାଯାଉଥିବା ଷ୍ଟ୍ରେନ ଯୋଗୁଁ ଆମକୁ ସତର୍କ ରହିବାକୁ ପଡିବ। କୋଭିଡ ନିୟମ ଅନୁପାଲନ କରିବା ସହ ହୋଲି ସମୟରେ ଆମକୁ ସତର୍କ ରହିବାକୁ ପଡିବ। ମହାରାଷ୍ଟ୍ରର ଓ ପଞ୍ଜାବରେ ରି-ଇନଫେକ୍ସନ ରେଟ୍ ଅଧିକ । ପ୍ରତି ସପ୍ତାହରେ ଡବଲ ହୋଇଯାଉଛି କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ଆସିନି। କିଛି ସ୍ଥାନରେ ଅଧିକ ବଢ଼ୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଭାଇରସ ମ୍ୟୁଟେସନ ହେବାର ଆଶଙ୍କା ଅଛି କିନ୍ତୁ ଓଡିଶାର ଡିଟେକ୍ଟ ହୋଇଥିବା ମ୍ୟୁଟେସନ ଏତେ ବିପଦ ନୁହେଁ।

ବାହାର ରାଜ୍ୟରୁ ଫେରିଲେ ସେମାନଙ୍କୁ ଚିହ୍ନଟ କରି ଟେଷ୍ଟ କରିବା, ଟ୍ରାକିଂ କରିବାକୁ ନିଷ୍ପତ୍ତି ହୋଇଛି। ସେମାନେ ବି ନିଜଆଡୁ ଅବଗତ କରିବା ଉଚିତ। ଲୋକେ ସଚେତନ ହେବା ଜରୁରୀ। ଅନ୍ୟ ରାଜ୍ୟରେ ବଢ଼ୁଥିବାରୁ ଅଧିକ ସତର୍କ ଆବଶ୍ୟକ । ମହାରଷ୍ଟ୍ର, ପଞ୍ଜାବ ଷ୍ଟ୍ରେନ ଓଡିଶାକୁ ଆସିଲେ ଇନଫେକସନ ବଢ଼ି କିନ୍ତୁ ଫର୍ଟଲିଟି ଏତେ ନାହିଁ। ରାଜ୍ୟରେ ଏବେ ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ବ ଦିଆଯାଇ ଦୈନିକ ପ୍ରାୟ ସାଢ଼େ ୧୦ ହଜାର ଆରଟିପିସିଆର ଟେଷ୍ଟ କରାଯାଉଛି ବୋଲି ଏଇଆଏଲଏସର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି।

ଅନ୍ୟପଟେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ କୋରୋନା ସ୍ଥିତି ଭଲ ଅଛି। ୟୁକେ ଷ୍ଟ୍ରେନ୍ ଡିସେମ୍ବରରେ ଦେଖାଦେଇଛି। ଏବେ କିଛି ବିପଦ ନାହିଁ। ଯେଉଁ ଷ୍ଟ୍ରେନ୍ ଡିସେମ୍ବରରେ ୟୁକେରେ ଦେଖା ଦେଇଥିଲା, ତାହା ସହ ଓଡିଶାକୁ ତୁଳନା କରିବା ଠିକ୍ ନୁହେଁ। ଆମ ସ୍ଥିତି ବହୁତ୍ ଭଲ ଅଛି। ହେଲେ ଏଠି ଲୋକେ କିଛି ମାନୁ ନାହାଁନ୍ତି। କେହି କୋଭିଡ୍ ନିୟମ ପାଳନ କରୁ ନାହାନ୍ତି। ଏମିତି ହେଲେ ସେମାନେ ବିପଦ ଆଡକୁ ଟାଣି ହେଇଯିବେ ବୋଲି ଚେତାଇ ଦେଇଛନ୍ତି ଡିଏମଇଟି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.