ETV Bharat / city

ଏଣିକି ଦରକାର ପଡିବନି ପ୍ରତିବର୍ଷ ମଦ ଦୋକାନ ଲାଇସେନ୍ସ ନବୀକରଣ - ରାଜ୍ୟ ସରକାରଙ୍କ ଅବକାରୀ କମିଶନ

ମଦ ଦୋକାନ ଖୋଲିବା ପ୍ରକ୍ରିୟା ସରଳ କରିଛନ୍ତି ରାଜ୍ୟ ଅବକାରୀ ବିଭାଗ । ଏଣିକି ଦରକାର ପଡିବନି ପ୍ରତିବର୍ଷ ମଦ ଦୋକାନ ଲାଇସେନ୍ସ ନବୀକରଣ । ଲାଇସେନ୍ସ ରିନ୍ୟୁ ବ୍ୟବସ୍ଥା ହଟେଇ ଲଟେରୀ ମାଧ୍ୟମରେ ଅନୁମତି ଦେବାକୁ ଅବକାରୀ କମିଶନଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଅଧିକ ପଢନ୍ତୁ...

No need to renew of liquor shop license every year
ଦରକାର ପଡିବନି ପ୍ରତିବର୍ଷ ମଦ ଦୋକାନ ଲାଇସେନ୍ସ ନବୀକରଣ
author img

By

Published : Feb 27, 2021, 3:56 PM IST

ଭୁବନେଶ୍ବର: ମଦ ଦୋକାନ ଖୋଲିବା ପ୍ରକ୍ରିୟା ସରଳ କରିଛନ୍ତି ରାଜ୍ୟ ଅବକାରୀ ବିଭାଗ । ଏଣିକି ଦରକାର ପଡିବନି ପ୍ରତିବର୍ଷ ମଦ ଦୋକାନ ଲାଇସେନ୍ସ ନବୀକରଣ । ପ୍ରତିବର୍ଷ ମଦ ଦୋକାନ ଲାଇସେନ୍ସ ରିନ୍ୟୁ ବ୍ୟବସ୍ଥା ହଟେଇ ଲଟେରୀ ମାଧ୍ୟମରେ ଅନୁମତି ଦେବାକୁ ଅବକାରୀ କମିଶନଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଏଥିରେ ପୁରଣା ମଦ ବ୍ୟବସାୟୀଙ୍କୁ ବି ଭାଗ ନେବାକୁ ଅନୁମତି ଦେବାକୁ କମିଶନଙ୍କୁ ପରାମର୍ଶ ଦେଇଛି ବିଭାଗ । ଯାହାର ଲଟେରୀ ଉଠିଲା, 5 ବର୍ଷ ପାଇଁ ମଦ ଦୋକାନ ଖୋଲିବା ନେଇ ଅନୁମତି ପାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି ।

No need to renew of liquor shop license every year
ଦରକାର ପଡିବନି ପ୍ରତିବର୍ଷ ମଦ ଦୋକାନ ଲାଇସେନ୍ସ ନବୀକରଣ

ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରକ୍ରିୟାକୁ ସରଳ କରିଛନ୍ତି ରାଜ୍ୟ ସରକାର । IMFL 'OFF' ବା ବିଦେଶୀ ମଦ ଦୋକାନ ଏବଂ ଦେଶୀ ମଦ ଦୋକାନ(ENA ଆଧାରିତ) ଖୁଚୁରା ଦୋକାନଗୁଡିକର ପ୍ରତିବର୍ଷ ନବୀକରଣ ହୋଇଆସୁଛି । 2005 ମସିହାରୁ ପ୍ରତିବର୍ଷ ନବୀକରଣ ବ୍ୟବସ୍ଥା ଲାଗୁରହିଛି । ପ୍ରତ୍ୟେକ ବର୍ଷ ନବୀକରଣ ବ୍ୟବସ୍ଥା ଯୋଗୁଁ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ କିଛି ସମସ୍ୟା ରହୁଥିବା ବିଭାଗ ନଜରକୁ ଆସିଥିଲା । ଏ ନେଇ ସରକାର ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି ଯେ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ମଞ୍ଜୁରୀପ୍ରାପ୍ତ IMFL 'OFF' & Country Liquor (ENA ଆଧାରିତ) ଦୋକାନଗୁଡିକର ଅନୁମତି ପ୍ରଦାନ କରାଯିବ ।

2021-22 ବର୍ଷ ପାଇଁ ମାସିକ ବିଚାର ଅର୍ଥରେ 20% ବୃଦ୍ଧି ହେବ । ଏଥି ସହ ବାର୍ଷିକ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ (MGQ) ରେ 5% ବୃଦ୍ଧି ହେବ । ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ସର୍ତ୍ତାବଳୀ ଅନୁସାରେ ନିଜର ଲାଇସେନ୍ସ ନବୀକରଣ କରିବେ ମଦ ଦୋକାନୀ । ଅବକାରୀ ବିଭାଗ ପୋର୍ଟାଲ ମାଧ୍ୟମରେ ଆବେଦନପତ୍ର ଦାଖଲ ହେବ । ଲଟେରୀ ଡ୍ର ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଭିଡିଓଗ୍ରାଫ୍ ହେବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.