ETV Bharat / city

କୋରୋନା ଚିନ୍ତା: ‘ରାଜ୍ୟରେ ସ୍କୁଲ ବନ୍ଦର ସ୍ଥିତି ଆସିନାହିଁ’ - କୋରୋନା ଚିନ୍ତା

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ତେବେ ସ୍କୁଲ ବନ୍ଦ ହେବା ପ୍ରସଙ୍ଗରେ, ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

mass education minister
mass education minister
author img

By

Published : Mar 4, 2020, 5:34 PM IST

ଭୁବନେଶ୍ବର: ସମ୍ପ୍ରତି ବିଶ୍ବରେ ଭୟଙ୍କର ଭାବେ କୋରୋନା ଭାଇରସ ବ୍ୟାପୀବାରେ ଲାଗିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ବିଶ୍ବର 60ରୁ ଅଧିକ ଦେଶକୁ ମାଡି ଗଲାଣି । ଏହାସହ ପ୍ରାୟ ଏକଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେବା ସହ 3 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

କୋରୋନା ଚିନ୍ତା; ରାଜ୍ୟରେ ସ୍କୁଲ ବନ୍ଦର ସ୍ଥିତି ଆସିନାହିଁ: ଗଣଶିକ୍ଷା ମନ୍ତ୍ରୀ

ଏବେ ଭାରତରେ ମଧ୍ୟ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 28 ଜଣ ଆକ୍ରାନ୍ତ ହେବାପରେ ସଜାଗ ହୋଇପଡିଛନ୍ତି କେନ୍ଦ୍ର ସରକାର ସମେତ ବିଭିନ୍ନ ରାଜ୍ୟ ସରକାର । କୋରୋନା ମୁକାବିଲା ପାଇଁ ଯଦିଓ ସରକାର ଆଗରୁ ବିଭିନ୍ନ କଟକଣା ଜାରି କରିଥିଲେ, ଏହାକୁ ଏବେ ବ୍ୟାପକ କରାଯାଇଛି । ଦିଲ୍ଲୀରେ 2 ଦିନ ଧରି କିଛି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଫଳରେ ଏବେ ରାଜ୍ୟରେ ମଧ୍ୟ ସ୍କୁଲ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବୁଧବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । କୋରୋନା ନେଇ ସ୍କୁଲମାନଙ୍କୁ ପୂର୍ବରୁ ସତର୍କ କରାଯାଇଥିଲା। ରାଜ୍ୟ ସରକାର ମଧ୍ୟ ଆଡଭାଇଜରି ଜାରି କରିଛନ୍ତି । ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପଦକ୍ଷେପ ନିଆଯାଉଛି । ତେଣୁ ବର୍ତ୍ତମାନ ସ୍କୁଲ ବନ୍ଦ କରିବାର ସ୍ଥିତି ଉତ୍ପନ୍ନ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.