ଭୁବନେଶ୍ବର: ବିଧାନସଭାରେ ଉଠିଲା କେନ୍ଦ୍ର କୃଷିଆଇନ ପ୍ରସଙ୍ଗ । ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନ କୃଷକ ବିରୋଧୀ । ଏହି ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାନଯାଉ ।
ଆଇନ ବିରୋଧରେ କଂଗ୍ରେସ ସଂକଳ୍ପ ପତ୍ର ଦେଇଛି । ଏହି ସଂକଳ୍ପ ପତ୍ରକୁ ଗୃହରେ ଅନୁମୋଦନ କରି ଆଲୋଚନା କରାଯାଉ ବୋଲି ନରସିଂହ ଦାବି କରିଛନ୍ତି । ସେହିପରି ନରସିଂହ କହିଛନ୍ତି ଏହି କଳା ଆଇନକୁ ଦେଶର ଅନେକ ରାଜ୍ୟର ଚାଷୀ ବିରୋଧ କରୁଛନ୍ତି ।
ସେହିଭଳି କେନ୍ଦ୍ର ସରକାରଙ୍କ ଏହି ବିରୋଧରେ ଆସନ୍ତାକାଲି କୃଷକ ସଂଘଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ବୋଲି ଗୃହରେ ନରସିଂହ ମିଶ୍ର କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ