ETV Bharat / city

OdishaAssembly: ରାଜ୍ୟର 436 ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ - ଓଡିଶା ବିଧାନସଭା ମୌସୁମୀ ଅଧିବେଶନ

ରାଜ୍ୟର 436 ଟି ପଞ୍ଚାୟତରେ ନାହିଁ ଉଚ୍ଚ ବିଦ୍ୟାଳୟ । ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ରୂପେ ଉନ୍ନୀତ କରାଯାଉଛି । ବିଧାନସଭାରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

OdishaAssembly: ରାଜ୍ୟର 436 ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ

author img

By

Published : Jul 13, 2022, 7:53 PM IST

ଭୁବନେଶ୍ବର: ରାଜ୍ୟର 436 ଟି ପଞ୍ଚାୟତରେ ନାହିଁ ଉଚ୍ଚ ବିଦ୍ୟାଳୟ । ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ଉନ୍ନୀତ କରାଯାଉଛି । ବିଧାନସଭାରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସର୍ବମୋଟ 8076 ଟି ଉଚ୍ଚ ବିଦ୍ୟାଳୟ ଅଛି । 436 ଟି ପଞ୍ଚାୟତରେ କୌଣସି ଉଚ୍ଚ ବିଦ୍ୟାଳୟ ନାହିଁ । ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଉନ୍ନୀତ କରାଯାଉଅଛି ।

ପୁନଶ୍ଚ , ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଆବଶ୍ୟକତା ଭିତ୍ତିରେ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ନୂତନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.