ଭୁବନେଶ୍ବର: ରାଜ୍ୟରେ ଏବେ ଖୋଲିବ ନାହିଁ ମଦ ଦୋକାନ । କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ସ୍ଥିତି ଉପରେ ନଜର ରଖିଛି ଓଡିଶା । ସାମାଜିକ ଦୂରତ୍ବ ଉପରେ ସରକାରଙ୍କ ନଜର ରହିଛି । ଦିନେ ଦୁଇ ଦିନ ଭିତରେ ନିଆଯିବ ନିଷ୍ପତ୍ତି । ଏନେଇ ଅବକାରୀ ବିଭାଗର ନିର୍ଦ୍ଦେଶନାମା ଖୁବଶୀଘ୍ର ଜାରି ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ