ETV Bharat / city

ଉତ୍ତର ଓଡ଼ିଶାକୁ ନାହିଁ ବନ୍ୟା ବିପଦ: ଜଳ ସମ୍ପଦ ମନ୍ତ୍ରୀ - Water Resources Minister

ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ନଦୀ । କିନ୍ତୁ ଉତ୍ତର ଓଡିଶା ପାଇଁ ବନ୍ୟା ନେଇ ଆଶଙ୍କା ନଥିବା କହିଲେ ଜଳ ସମ୍ପଦ ମନ୍ତ୍ରୀ । ଅଧିକ ପଢନ୍ତୁ....

ଉତ୍ତର ଓଡ଼ିଶାକୁ ନାହିଁ ବନ୍ୟା ବିପଦ: ଜଳ ସମ୍ପଦ ମନ୍ତ୍ରୀ

author img

By

Published : Sep 30, 2021, 9:23 PM IST

Updated : Sep 30, 2021, 10:55 PM IST

ଭୁବନେଶ୍ବର: ଲଗାଣ ବର୍ଷା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ବର୍ଷା, ବନ୍ୟା ବିପଦ ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ।

ଉତ୍ତର ଓଡ଼ିଶାକୁ ନାହିଁ ବନ୍ୟା ବିପଦ: ଜଳ ସମ୍ପଦ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି, ଜଳ ସମ୍ପଦ ବିଭାଗ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି । ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଜଳକା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ଓ ବୁଢା ବଳଙ୍ଗରେ ଜଳସ୍ତର ସାମାନ୍ୟ ବଢୁଛି । ମାତ୍ର ସେମିତି ବନ୍ୟା ପରିସ୍ଥିତି ନଥିବାରୁ ଆଶଙ୍କିତ ହେବାର କିଛି କାରଣ ନାହିଁ । ଉପର ମୁଣ୍ଡରେ ବର୍ଷା ହେବାର ସୂଚନା ମିଳୁଛି, କିନ୍ତୁ ବର୍ଷା ହେଲେ ସେମିତି ବିପଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 30, 2021, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.