ଭୁବନେଶ୍ବର: ଆସନ୍ତା 2ବର୍ଷ ପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଯୁକ୍ତି ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ଯୁବ କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛି ଦଳ ।
ଦଳ କହିଛି, ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଯୁବକ ଓ ଯୁବତୀ ବେକାର ହୋଇଯିବେ । ଏପରିକି ଚାକିରି ନ ପାଇ ଅନେକ ଆଶାୟୀ ଆତ୍ମହତ୍ୟା କରିବେ । ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ । କୋରୋନା ମାଡଠୁ ବଳିଗଲା ନବୀନ ସରକାରଙ୍କ ନିଷ୍ପତ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତିକୁ ଆମେ ଆବଶ୍ୟକ ସ୍ଥଳେ ଭାଙ୍ଗିବୁ । ବେକାର ଯୁବକ ଓ ଯୁବତୀଙ୍କ ସ୍ବାର୍ଥ ଆମ ପାଇଁ ଆଗ ବୋଲି କହିଛନ୍ତି କଂଗ୍ରେସର ଯୁବ ନେତା ରାଜୀବ ପଟ୍ଟନାୟକ ।
ଏପରିକି ମନ୍ତ୍ରୀ, ଆଇଏଏସ, ଆଇପିଏସଙ୍କ ଦରମା, ଭତ୍ତା କାଟି ଯୁବଗୋଷ୍ଠୀଙ୍କୁ ସରକାର ସାହାଯ୍ୟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ