ETV Bharat / city

ଜୁଲାଇ 31 ଯାଏଁ ରାଜ୍ୟରେ ଖୋଲିବ ନାହିଁ କୌଣସି ଶିକ୍ଷାନୁଷ୍ଠାନ - ଖୋଲିବ ନାହିଁ ଶିକ୍ଷାଅନୁଷ୍ଠାନ

ଅନଲକ-1 ପାଇଁ ରାଜ୍ୟ ସରକାରଙ୍କର ନୂଆ ଗାଇଡ଼ ଲାଇନ। ସ୍କୁଲ, କଲେଜ, ସପିଂ ମଲ ଓ ଜିମ୍ ଖୋଲିବା ନେଇ ବଡ ନିଷ୍ପତି ନେଇଛନ୍ତି ସରକାର । ସମସ୍ତ ଶିକ୍ଷାନୁଷ୍ଠାନ ଜୁଲାଇ 31 ପର୍ଯ୍ୟନ୍ତ ଖୋଲିବ ନାହିଁ । ଅଧିକ ପଢନ୍ତୁ..

no-educational-institutions-will-be-open-in-the-state-until-july-31

author img

By

Published : Jun 1, 2020, 6:33 PM IST

ଭୁବନେଶ୍ବର: ଜୁଲାଇ 31 ଯାଏଁ ରାଜ୍ୟରେ ଖୋଲିବ ନାହିଁ କୌଣସି ଶିକ୍ଷାନୁଷ୍ଠାନ। ଅନଲକ-1 ପାଇଁ ରାଜ୍ୟ ସରକାରଙ୍କର ନୂଆ ଗାଇଡ଼ ଲାଇନ। ସ୍କୁଲ, କଲେଜ, ସପିଂ ମଲ ଓ ଜିମ୍ ଖୋଲିବା ନେଇ ବଡ ନିଷ୍ପତି ନେଇଛନ୍ତି ସରକାର। ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ରାଜ୍ୟରେ ଲାକଡାଉନ କୋହଳ କରାଯାଇଥିବା ବେଳେ ଅନେକ ବିଭାଗକୁ ମଧ୍ୟ ଅନଲକ କରାଯାଇଛି। ଏନେଇ ରାଜ୍ୟ ସରକାର ନିୟମାବଳୀ ଗୁଡ଼ିକୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଜୁନ ମାସ ରାଜ୍ୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ସେଥିପାଇଁ ରାଜ୍ୟର 11ଟି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି। ଯାହା ପ୍ରତି ଶନିବାର ଓ ରବିବାରରେ ସଟଡାଉନ ଘୋଷଣା କରାଯାଇଛି। 30 ଜୁନ ପର୍ଯ୍ୟନ୍ତ ମନ୍ଦିରରେ ସର୍ବସାଧାରଣ ପୂଜା ବନ୍ଦ, ହୋଟେଲରେ 30 ଶତକଡା ଲୋକରେ ଚାଲିବ। କେବଳ ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ରେଷ୍ଟୁରାଣ୍ଟ ଚାଲିବ। ବାହାର ଲୋକଙ୍କୁ ଅନୁମତି କରାଯିବ ନାହିଁ।

ସେହିପରି ଜୁନ 30 ଯାଏଁ ବନ୍ଦ ରହିବ ସମସ୍ତ ଧାର୍ମିକ ଅନୁଷ୍ଠାନ। ବନ୍ଦ ରହିବ ସିନେମାହଲ, ଜିମ, ସୁମିଙ୍ଗ ପୁଲ। ଜୁନ 30 ପର୍ଯ୍ୟନ୍ତ ରାତି କାଳୀନ କର୍ଫ୍ୟୁ ମଧ୍ୟ ଜାରି ରହିବ। ରାତି 7 ରୁ ସକାଳ 7 ପର୍ଯ୍ୟନ୍ତ ବାହାରେ ବୁଲିବା ମନା। ଏହି ନିୟମକୁ କଡା କଡି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.