ETV Bharat / city

ନୀତି ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଆରମ୍ଭ

author img

By

Published : Dec 15, 2021, 11:37 AM IST

Updated : Dec 15, 2021, 4:39 PM IST

ଲୋକସେବା ଭବନରେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ ହୋଇଛି । ଏହି ବୈଠକ ସଫଳ ହୋଇଥିବା ବେଳେ ଅନେକ ବିଷୟକୁ ନେଇ ଆଲୋଚନା ହୋଇଛି । ଅଧିକ ପଡ଼ନ୍ତୁ

nitiaayog
ନୀତି ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଆରମ୍ଭ

ଭୁବନେଶ୍ବର: ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଛି । କେତେକ ମୁଦ୍ଦାର ସମାଧାନ ହୋଇଥିବା ନେଇ ବୈଠକ ପର ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବୈଠକରେ ନୀତି ଆୟୋଗର ଭାଇସ ଚେୟାରମ୍ୟାନ ରାଜୀବ କୁମାର, ନୀତି ଆୟୋଗ ମେମ୍ବର ଭିକେ ପଲ ଉପସ୍ଥିତ ଥିଲେ । ଭିସି ଜରିଆରେ ବୈଠକରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖଣି ପରିଚାଳନା, ଇଣ୍ଟର୍‌ନେଟ ଯୋଗାଯୋଗ, ଟାୱାର ଡେନସିଟି(tower density) ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ନୀତି ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ମୋଟ ୮ ଜଣ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

ଲୋକସେବା କନଭେନସନ ହଲରେ ବସିଥିଲା ଏହି ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ କିଭଳି ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିବ ତାହାକୁ ନେଇ ଆଲୋଚନା ହୋଇଥିଲା । ୨୦୧୧ ପରଠୁ ରାଜ୍ୟରେ ମୁଣ୍ଡପିଛା ଆୟ ଜାତୀୟ ଆୟଠାରୁ ଅଧିକ ରହିଛି । ଏହାକୁ ନେଇ ପ୍ରଶଂସା କରିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 15, 2021, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.