ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ । ରେଳବାଇ, ବ୍ୟାଙ୍କିଙ୍ଗ ଓ ଟାୱାର ପ୍ରତିଷ୍ଠା କ୍ଷେତ୍ରରେ ଓଡିଶା ପଛୁଆ ଥିବାରୁ ଏଥିରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ନବୀନ ନିବାସରେ ହୋଇଥିବା ଏହି ଭେଟଘାଟ ସମୟରେ ନିତି ଆୟୋଗର ସଦସ୍ୟ ଡ. ବିନୋଦ କେ. ପଲ ଓ 5ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ । ଉଭୟଙ୍କ ମଧ୍ୟରେ ପ୍ରାୟ 45 ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳା ବାବଦରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି । ରାଜ୍ୟ ବିକାଶରେ ରେଳବାଇ, ବ୍ୟାଙ୍କିଙ୍ଗ ଓ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ ଦିଗ ।
କିନ୍ତୁ ଏକ୍ଷେତ୍ରରେ କେନ୍ଦ୍ର ଅବହେଳା କରୁଥିବା ସେ ଅଭିଯୋଗ କରିଛନ୍ତି । ସ୍ୱତନ୍ତ୍ର ବର୍ଗ ରାଜ୍ୟ ମାନ୍ୟତା ପ୍ରଦାନ କଥା ପୁନର୍ବାର ଦୋହରାଇଛନ୍ତି ନବୀନ । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ନେବାକୁ ନିତି ଆୟୋଗର ଉପାଧ୍ୟକ୍ଷ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ନୀତି ଅୟୋଗର ଅନ୍ୟ ସରକାରୀ ଅଧିକାରୀମାନେ ଓଡିଶା ଗସ୍ତରେ ଆସିଛନ୍ତି । ଭିଡିଓରୁ ବାଇଟ ବ୍ୟବହାର କରିବେ ।
ଇଟିଭି ଭାରତ, ଭୁବନେଶ୍ୱର