ETV Bharat / city

ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଦରଦୀ ବନ୍ଧୁ ଦିଲୀପ

author img

By

Published : Aug 29, 2019, 8:56 PM IST

Updated : Aug 29, 2019, 11:37 PM IST

ପେଶା ଇଞ୍ଜିନିୟର । ନିଶା ସମାଜ ସେବା । ଗ୍ରହଣ ଖଣ୍ଡିଆ ଶିଶୁଙ୍କ ପାଇଁ ସେ ଭାଗ୍ୟ ବିଧାତା । ତାଙ୍କ ଉଦ୍ୟମରେ କେତେଯେ ଶିଶୁଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦୁଃଖୀ ଗରିବ ଅସହାୟଙ୍କ ଦରଦୀ ବନ୍ଧୁ ଇଞ୍ଜିନିୟର ଦିଲୀପ ପଟ୍ଟନାୟକ । ଆଧୁନିକତାର ଚାକଚକ୍ୟରେ ଭରପୂର ବେଙ୍ଗାଲୁର ସହରରେ ଆରମ୍ଭ କରିଥିଲେ ନିଜ କର୍ମମୟ ଜୀବନ । ହେଲେ ରାଜ୍ୟର ଦୁଃଖି ଗରିବ ଅସହାୟଙ୍କ ଦୁର୍ଦିନ ତାଙ୍କୁ ସବୁବେଳେ ବିଚଳିତ କରୁଥିଲା । ଯାହା ଫଳରେ ସେ ସମାଜ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କଲେ । ଆଉ 1999 ମସିହା ମହାବାତ୍ୟା ପରେ ରାଜ୍ୟର ଅବସ୍ଥା ଦେଖି ସେ ନିଜକୁ ସମ୍ଭାଳି ପାରିଲେ ନାହିଁ । ଗରିବ ଅସହାୟ ରୋଗୀଙ୍କ ସେବା ପାଇଁ ନିର୍ମଳା ସ୍ମୃତି ବିକାଶ ଟ୍ରଷ୍ଟ ଆରମ୍ଭ କଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ବିଶେଷଜ୍ଞଙ୍କୁ ସେ ଯୋଗାଯୋଗ କରିବା ସହ ଦିଲୀପ ଆଜି ପର୍ଯ୍ୟନ୍ତ 4ହଜାରରୁ ଅଧିକ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରପୋଚାର ମାଗଣାରେ କରାଇଛନ୍ତି । ଖାଲି ଏତିକି ନୁହେଁ ଦୀଲିପ 12 ହଜାରରୁ ଉର୍ଦ୍ଧ୍ବଙ୍କ ଚକ୍ଷୁ ଚିକିତ୍ସା ମଧ୍ୟ ଏହି ଟ୍ରଷ୍ଟ ମାଧ୍ୟମରେ କରିଛନ୍ତି । ଏହାସହ ରାଜ୍ୟର ଆଦିବାସୀ ଅଞ୍ଚଳକୁ ଯାଇ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି ଦିଲୀପ । ଖୁବଶୀଘ୍ର ସେ ଏକ ବୃଦ୍ଧାଶ୍ରମ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଦିଲୀପଙ୍କ ଏହି ନିସ୍ବାର୍ଥପର ସେବା ପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରୟ, ଇଟିଭି ଭାରତ

Intro:ପେଶା ରେ ଜଣେ ସେ ମେକାନିକାଲ ଇଂଜିନିୟରିଂ ହେଲେ ନିଶା ହେଲା ଗରିବ ଲୋକ ମାନଙ୍କ ସେବା କରିବା, ଆଜି ପର୍ଯ୍ୟନ୍ତ 4200 ରୁ ଅଧିକ ଗ୍ରହଣ ଖଣ୍ଡିଆ ଲୋକଙ୍କୁ ମାଗଣା ରେ ସେବା ଚିକିତ୍ସା ହେଉ ବା 12000 ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ରେ ଆଖି ଅପରେସନ କରାଇବା ଏ ସବୁ କରାଇଛନ୍ତି ଭୁବନେଶ୍ୱର ର ଇଂଜିନିୟର ବାବୁ ଦିଲୀପ ପଟ୍ଟନାୟକ। ଯାହାକୁ ଭେଟି ଥିଲା ଆମର ଇ ଟିଭି ଟିମ ।

Body:ଦିନ ଥିଲା ବେଙ୍ଗାଳୁରୁ ରେ ନିଜର କର୍ମ ମୟ ଜୀବନ କୁ ବେଶ ଆରମ୍ ରେ କାଟୁଥିଲେ। ହେଲେ କଥା ରେ ଅଛି ସମୟ ଓ ପରିସ୍ଥିତି ମଣିଷ କୁ କେତେବେଳେ କୁଆଡେ ନିଏ କେହି ଜାଣିପାରନ୍ତି ନାହିଁ ,ଠିକ ସେଭଳି ଭୁବନେଶ୍ୱର ର ଦିଲୀପ ପଟନାୟକ ଙ୍କ ସହ ଏମିତି କିଛି ଘଟି ଥିଲା।ଦିନ ଥିଲା ବେଙ୍ଗାଳୁରୁ ରେ ନିଜର କର୍ମ ମୟ ଜୀବନ କୁ ବେଶ ଆରମ୍ ରେ କାଟୁଥିଲେ। ହେଲେ ଯେବେ ସେ ମହାବାତ୍ୟା ପରେ ଓଡିଶା ଆସିଲେ ତାଙ୍କର ମନ ବଦଳି ଗଲା, ଲୋକଙ୍କ ସେବା କରିବା, ମାଗଣା ରେ ଚିକିତ୍ସା କରିବା ,ବିଚିନାଞ୍ଚଳ ର ଲୋକ ଙ୍କୁ ସେବା ଶୁଶୁଷା କରି ଭଲ କରିବା ରେ ଲାଗିପଡିଛନ୍ତି ସେ। ଆଜି ପର୍ଯ୍ୟନ୍ତ 4200 ରୁ ଅଧିକ ଗ୍ରହଣ ଖଣ୍ଡିଆ ଲୋକଙ୍କୁ ମାଗଣା ରେ ସେବା ଚିକିତ୍ସା ହେଉ ବା 12000 ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ରେ ଆଖି ଅପରେସନ କରାଇବା ଏ ସବୁ କରାଇଛନ୍ତି ଭୁବନେଶ୍ୱର ର ଇଂଜିନିୟର ବାବୁ ଦିଲୀପ ପଟ୍ଟନାୟକ।ଆଉ ଏଭଳି ଏକ ମହାନ ବ୍ୟକ୍ତିତ୍ୱ କୁ ଆମ ଟିମ ଭେଟି ପଚାରି ଥିଲା ତାଙ୍କର ସେବା ର କଥା,,,

ବି ଦ୍ର - ମୁ wrap ରେ ତାଙ୍କର ଚିକିତ୍ସା ସମୟ ର କିଛି photo ଦେଉଛି ତାକୁ ଦୟାକରି ଭିଡ଼ିଓ ଏଡ଼ିଟ କଲା ସମୟରେ ବ୍ୟବହାର କରିବେ।

Conclusion:
Last Updated : Aug 29, 2019, 11:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.