ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ବିଶାଳ ଟ୍ରାକ୍ଟର ରାଲି କରିବେ । ଗୋଟିଏ ପଟେ ରାଜପଥରେ ପାରମ୍ପରିକ ଯବାନଙ୍କ ପରେଡ ଅନ୍ୟପଟେ ଦିଲ୍ଲୀ ରାଜରାସ୍ତାରେ ଚାଷୀଙ୍କ ଟ୍ରାକ୍ଟଟ ରାଲି ।
ତେବେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ଭାରତ ଏକ କୃଷି ପ୍ରଧାନ ଦେଶ। ଚାଷୀ ହେଉଛନ୍ତି ଦେଶର ଅନ୍ନଦାତା । ତିନୋଟି କୃଷି ବିଲ୍ ମୁଷ୍ଟିମେୟ ଓ ପୁଞ୍ଜିପତିମାନଙ୍କର ସ୍ବାର୍ଥରେ ତେଣୁ ହୋଇଛି ତେଣୁ ଏହା ଠିକ୍ ନୁହେଁ। ଏ ବିଲ୍ କର୍ପୋରେଟ ମାନଙ୍କର ତେଣୁ ସରକାର ବୁଝିବା ଦରକାର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ