ETV Bharat / city

କେନ୍ଦ୍ର ଦଳିତ ଛାତ୍ରବୃତ୍ତି ମାସିକ ସର୍ବନିମ୍ନ 1 ହଜାର ଦେବାକୁ ନିରଞ୍ଜନଙ୍କ ଦାବି - Dalit scholarships students

ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ 12 ହଜାର ଟଙ୍କା ନିଜସ୍ବ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଦାବି ରଖି ଆସିଛି ବୋଲି ନିରଞ୍ଜନ କହିଛନ୍ତି ।

ଦଳିତ ଛାତ୍ରବୃତ୍ତି ନେଇ ନିରଞ୍ଜନଙ୍କ ଦାବି
ଦଳିତ ଛାତ୍ରବୃତ୍ତି ନେଇ ନିରଞ୍ଜନଙ୍କ ଦାବି
author img

By

Published : Jan 5, 2021, 6:54 PM IST

ଭୁବନେଶ୍ବର: ଦଳିତ ଛାତ୍ରବୃତ୍ତି ନେଇ କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୋଦି ସରକାର ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବୃତି ସର୍ବନିମ୍ନ ମାସିକ 1 ହଜାର ଟଙ୍କା ହିସାବରେ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ପ୍ରେସ ବିଜ୍ଞପ୍ତିରେ ସେ ଏହା ପ୍ରକାଶ କରିଛନ୍ତି ।

ଗତବର୍ଷ ଡିସେମ୍ବର 24ରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବର ଅନୁଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା।

ଆଉ ଗତବର୍ଷ ୨୩ ଡିସେମ୍ବର ଅନୁଷ୍ଠିତ କ୍ୟାବିନେଟ୍ ନିଷ୍ପତ୍ତି ବାବଦରେ ଗଣମାଧ୍ୟମରେ ପ୍ରମୁଖ ଭାବରେ ଏ ବାବଦରେ ଖବର ପ୍ରସାରିତ ଓ ପ୍ରକାଶିତ ହୋଇଛି । ମାତ୍ର ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ “ପର୍ବତର ମୂଷିକ ପ୍ରସବ” ଏବଂ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦାରିଦ୍ର‌୍ୟ ପ୍ରତି ଉପହାସ ।

କେନ୍ଦ୍ରୀୟ ନିଷ୍ପତ୍ତି ଅନୁସାରେ, ଜଣେ ଦଳିତଛାତ୍ର ଦୈନିକ ମାତ୍ର ଟ୪. ୯୩ ପଇସା ଅର୍ଥାତ ଚାହା କପଟିଏ କିମ୍ବା ଆଳୁଚପ ଟିର ଦାମ 5 ଟଙ୍କା ଠାରୁ ବି କମ । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, 5 ବର୍ଷରେ ୫୯ ହଜାର କୋଟି ଟଙ୍କା ହିସାବରେ ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ବାବଦରେ ଖର୍ଚ୍ଚ ହେବ ।

ଏହା କେନ୍ଦ୍ର ଓ ରାଜ୍ୟ ୬୦ ପ୍ରତିଶତ ଏବଂ ୪୦ ପ୍ରତିଶତ ହିସାବରେ ଧାର୍ଯ୍ୟ ହୋଇଛି । ଅର୍ଥାତ୍ କେନ୍ଦ୍ରର ମୋଦି ସରକାର ୫ ବର୍ଷରେ ୪ କୋଟି ଛାତ୍ରଛାତ୍ରୀଙ୍କୁ ୩୫,୫୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିବେ । ଏହାକୁ ହିସାବ କଲେ ବାର୍ଷିକ ୭,୧୦୬ କୋଟି ଅର୍ଥାତ୍ ଜଣେ ଦଳିତ ଛାତ୍ରଛାତ୍ରୀ ବାବଦରେ ବାର୍ଷିକ ୧,୭୭୭ ପାଇବେ । ଅର୍ଥାତ୍ ମାସିକ ୧୪୮ ଟଙ୍କା ବା ଦୈନିକ ଟ୪.୯୩ ପଇସା ପାଇବେ । ଏହା ଭାରତ ବର୍ଷର ସମସ୍ତ ଦଳିତଙ୍କ ପ୍ରତି ଚରମ ଉପହାସ ।

ଏହାସହ କେନ୍ଦ୍ର ସରକାର ୬୦ ଓ ୪୦ କେନ୍ଦ୍ର ରାଜ୍ୟ ଭାଗୀଦାରୀ ପ୍ରହସନ ବନ୍ଦ କରନ୍ତୁ । ତୁରନ୍ତ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ 12 ହଜାର ଟଙ୍କା ନିଜସ୍ବ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଦାବି ରଖି ଆସିଛି ବୋଲି ନିରଞ୍ଜନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.