ETV Bharat / city

ନାଇଟ ରାଇଡର ଗ୍ୟାଙ୍ଗ ଗିରଫ, ନାଇଟ୍ କର୍ଫ୍ୟୁ ବେଳେ କରୁଥିଲେ ଲୁଟପାଟ

ଧରାପଡିଲେ ନାଇଟ ରାଇଡର ଗ୍ୟାଙ୍ଗ । ନାଇଟ କର୍ଫ୍ୟୁ ବେଳେ ଆକ୍ରମଣ କରି କରୁଥିଲେ ଲୁଟପାଟ । ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କ ସହ ମୋଟ ୭ ଜଣକୁ ଗିରଫ କଲା ଭୁବନେଶ୍ବର କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ନାଇଟ ରାଇଡର ଗ୍ୟାଙ୍ଗର ୭ଜଣକୁ ଗିରଫ କଲା ପୋଲିସ

author img

By

Published : Feb 21, 2022, 9:25 PM IST

Updated : Feb 21, 2022, 9:38 PM IST

ଭୁବନେଶ୍ବର: ଧରାପଡିଲେ ନାଇଟ ରାଇଡର ଗ୍ୟାଙ୍ଗ । ନାଇଟ କର୍ଫ୍ୟୁବେଳେ ଆକ୍ରମଣ କରି କରୁଥିଲେ ଲୁଟପାଟ । ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କ ସହ ମୋଟ ୭ ଜଣକୁ ଗିରଫ କଲା ଭୁବନେଶ୍ବର କମିଶନରେଟ ପୋଲିସ ।

ତେବେ ରାଜଧାନୀରେ ନାଇଟ କର୍ଫ୍ୟୁ ସମୟରେ ଲୋକଙ୍କୁ ଆକ୍ରମଣ କରି ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଶେଷରେ ଗିରଫ କରିଛି ପୋଲିସ । ଖାସ କରି ନାଇଟ କର୍ଫ୍ୟୁବେଳେ ବୁଲୁଥିବା ଏକୁଟିଆ ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ସେହିପରି ବ୍ୟବସାୟୀ ଓ ଏକାକି ଥିବା ଲୋକଙ୍କୁ ଆକ୍ରମଣ କରି ଲୁଟପାଟ କରୁଥିଲେ ।

ନାଇଟ ରାଇଡର ଗ୍ୟାଙ୍ଗର ୭ଜଣକୁ ଗିରଫ କଲା ପୋଲିସ

ଅନ୍ୟପଟେ ଏମାନଙ୍କ ନାଁରେ ମୋବାଇଲ ଫୋନ ସହ ଟଙ୍କା ଓ ସୁନା ଗହଣା ଲୁଟୁଥିବା ଅଭିଯୋଗ ହେଉଥିଲା । ନାଇଟ କର୍ଫ୍ୟୁବେଳେ ବୁଲି ବୁଲି ରାତିରେ ଆତଙ୍କ ମଚାଉଥିବା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସର ନୟାପଲ୍ଲୀ ଥାନା ଓ ସ୍ପେଶାଲ ସ୍କ୍ବାର୍ଡ । ତେବେ ସାମ୍ବାଦିକଙ୍କ ବେକରେ କଟୁରି ଲଗାଇ ମୁଦି ଓ ମୋବାଇଲ ଫୋନ ଲୁଟ କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।

ସେହିପରି ଗତ ୧୪ ଫେବୃଆରୀରେ ସିଆରପି ଓଭରବ୍ରିଜ ଉପରେ ଜଣେ ବ୍ୟବସାୟୀଙ୍କ ଦୁଇ ଗୋଡକୁ ହାଣି ଲୁଟପାଟ କରିଥିଲେ । ଏମାନେ ଲୁଟପାଟ ପରେ ମୋବାଇଲକୁ ନେଇ ଏକ ମୋବାଇଲ ଦୋକାନରେ ଲକ ଖୋଲୁଥିଲେ । ପରେ ଆଉ ଜଣେ ବ୍ୟକ୍ତି ଜରିଆରେ ସେସବୁକୁ ବିକ୍ରି କରୁଥିଲେ ଏପରି ଢଙ୍ଗରେ ଲୁଟ ମୋବାଇଲକୁ ଲକ ଫିଟାଇବା ଓ ବିକ୍ରି କରିବା ଅଭିଯୋଗରେ ଜଣେ ଦୋକାନି ଓ ଆଉ ଜଣେ ସେଲରକୁ ଗିରଫ କରିଛି ପୋଲିସ ।

ସେହିପରି ଚାରି ଜଣଙ୍କୁ ତମାଣ୍ଡୋର କଳିଙ୍ଗ ବିହାର ପ୍ୟାଲେସରେ ଥିବା ଓୟୋ ହୋଟେଲରୁ ରଖୁଥିଲେ ଏହି ଘଟଣାର ଜଣେ ଓୟୋ ମାନେଜରକୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 21, 2022, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.