ETV Bharat / city

ଟ୍ବିନ ସିଟିରେ ଜାରି ହେଲା 144 ଧାରା

author img

By

Published : Dec 31, 2020, 2:08 PM IST

ଟ୍ବିନ ସିଟିରେ ଜାରି ହେଲା ନାଇଟ କର୍ଫ୍ୟୁ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

night curfew imposed in twin city by commissionerate police
ଟୁଇନ ସିଟିରେ ନାଇଟ କର୍ଫ୍ୟୁ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଟ୍ବିନ ସିଟିରେ ଜାରି ହେଲା ନାଇଟ କର୍ଫ୍ୟୁ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ନୂଆ ବର୍ଷ ତଥା ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଇବା ପାଇଁ ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ଆଜି(ଗୁରୁବାର) ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ କଟକ ଓ ଭୁବନଶ୍ବରରେ 144 ଧାରା ଜାରି ରହିବ। ରାତି 9ଟା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରି ନିଜ ନିଜ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ନାଇଟ କର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଟ୍ବିନ ସିଟିରେ ନାଇଟ କର୍ଫ୍ୟୁକୁ ଦୃଷ୍ଟିରେ 40 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସହରର ବିଭିନ୍ନ ସ୍ଥାନରେ ପୋଲିସ ନାକାବନ୍ଦୀ କରିବ। ଯେଉଁମାନଙ୍କ ପାଖରେ କୌଣସି ଅନୁମତି ନଥିବ ସେମାନଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ। ଏହାଛଡ଼ା ବିଭିନ୍ନ ସ୍ଥାନରେ ନୂଆବର୍ଷ ଅବସରରେ ଭୋଜି ଭାତର ଆୟୋଜନ ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ପୋଲିସ ସହରର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଜାରି ରଖିବ।

ନାଇଟ କର୍ଫ୍ୟୁରେ ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲାଗିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.