ETV Bharat / city

ରଦ୍ଦ ହେବ ଆପୋଲୋ ହସ୍ପିଟାଲ ଲାଇସେନ୍ସ !

ଆପୋଲୋ ହସ୍ପିଟାଲର ଲାଇସେନ୍ସ ବାତିଲ କର । 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।

author img

By

Published : Sep 8, 2019, 9:53 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆପୋଲୋ ହସ୍ପିଟାଲର ଲାଇସେନ୍ସ ବାତିଲ କର । 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଏଥିସହିତ ଅଭିଯୋଗକାରୀଙ୍କୁ 2 ଲକ୍ଷ ଟଙ୍କାର କ୍ଷତିପୂରଣ କାହିଁକି ଦିଆନଯିବ ସେ ନେଇ କାରଣ ଦର୍ଶାଅ ନୋଟିସର ଉତ୍ତର 2 ମାସ ଭିତରେ ରଖିବା ପାଇଁ କହିଛନ୍ତି । ଯାହାକି ଏବେ ସରକାରଙ୍କ ନିଦ ହଜାଇ ଦେଇଛି ।

ବେଆଇନ କିଡନୀ ପ୍ରତିରୋପଣ ପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ପୂରା ଘଟଣା ଥିଲା ଏହିପରି । ଆପୋଲୋ ହସ୍ପିଟାଲରେ ନିଜ କିଡନୀ ପ୍ରତିରୋପଣ ପାଇଁ ଆଡ଼ମିଶନ ହୋଇଥିଲେ ରାଘବ ରାମ ଦୋରା । ତାଙ୍କୁ କିଡନୀ ଦେଇଥିଲେ ଅନୀଲ ସ୍ବାମୀ । ହେଲେ କାଗଜ ପତ୍ରରେ ଲେଖାଗଲା ଜୟରାମ ଦୋରାଙ୍କ ନାମ ।

ଯାହାକି ସେତେବେଳେ ବଡ ଆଲୋଡନ ସୃଷ୍ଟି କରିଥିଲା । ରାଜ୍ୟ ସରକାରଙ୍କ ଅଥରାଇଜେସନ କମିଟି NOC ଦେଇଥିଲା । ସଠିକ ଭାବରେ ଯାଞ୍ଚ ନକରି କମିଟି କିପରି ଅନୁମୋଦନ କରିଥିଲା ବୋଲି କମିଶନ ପ୍ରଶ୍ନ କରିଛନ୍ତି । ସେହିପରି ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ କାଗଜପତ୍ରରେ ଥିବା ବ୍ୟକ୍ତି କିଡନୀ ଦେଇଛନ୍ତି କି ନାହିଁ ତାହା କିପରି ଯାଞ୍ଚ କଲେ ନାହିଁ । ପୁରା ଘଟଣା ବେଆଇନ ବୋଲି କମିଶନ ଦର୍ଶାଇଛନ୍ତି । ତେଣୁ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆପୋଲୋ ହସ୍ପିଟାଲରେ ଲାଇସେନ୍ସ ବାତିଲ କର। 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବା ଧିକାର କମିଶନ। ଏଥିସହିତ ଅଭିଯୋଗକାରୀଙ୍କୁ 2 ଲକ୍ଷ ଟଙ୍କାର କ୍ଷତିପୂରଣ କାହିଁକି ଦିଆନଜୀବ ସେ ନେଇ କାରଣ ଦର୍ଶଆ ନୋଟିସର ଉତ୍ତର 2 ମାସ ଭିତରେ ରଖିବା ପାଇଁ କହିଛନ୍ତି। ଯାହାକି ଏବେ ସରକାର ଙ୍କ ନିଦ ହଜାଇ ଦେଇଛି। ବେଆଇନ କିଡ୍ନୀ ପ୍ରତିରୋପନ ପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କମିଶନ।
ପୂରା ଘଟଣା ଏହିପରି। ଆପୋଲୋ ହସ୍ପିଟାଲରେ ନିଜ କିଡ୍ନୀ ପ୍ରତିରୋପନ ପାଇଁ ଆଡ଼ମିଶନ ହୋଇଥିଲେ ରାଘବ ରାମ ଦୋରା। ତାଙ୍କୁ କିଡନି ଦେଇଥିଲେ ଅନୀଲ ସ୍ୱାମୀ। ହେଲେ କାଗଜ ପତ୍ରରେ ଲେଖାଗଲା ଜୟରାମ ଦୋରାଙ୍କ ନାମ। ଯାହାକି ସେତେବେଳେ ବଡ ଆଲୋଡନ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ଅଥରାଇଜେସନ କମିଟି NOC ଦେଇଥିଲା। ସଠିକ ଭାବରେ ଯାଂଚ ନକରି କମିଟି କିପରି ଅନୁମୋଦନ କରିଥିଲା ବୋଲି କମିଶନ ପ୍ରଶ୍ନ କରିଛନ୍ତି। ସେହିପରି ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ କାଗଜପତ୍ରରେ ଥିବା ବ୍ୟକ୍ତି କିଡନି ଦେଇଛନ୍ତି କି ନାହିଁ ତାହା କିପରି ଯାଂଚ କଲେ ନାହଁ। ପୁରା ଘଟଣା ବେଆଇନ ବୋଲି କମିଶନ ଦର୍ଶାଇ ଛନ୍ତି। ତେଣୁ ମୁଖ୍ୟ ଶାସନ ସଚିବଙ୍କ ଏନେଇ ଚିଠି ଲେଖୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି। Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.