ଭୁବନେଶ୍ବର: ଗାଁ ଠାକୁରାଣୀଙ୍କ ଚାନ୍ଦା ନ ଦେବାରୁ ଦଳିତ ଯୁବକଙ୍କୁ କଙ୍ଗାରୁ କୋର୍ଟ ମାଧ୍ଯମରେ ଛେପ ପକାଇ ନାକ ଘଷାଇବା ଘଟଣାରେ ଜାତୀୟ ମାନବଧିକାର କମିଶନଙ୍କ ନୋଟିସ । ରାଜ୍ୟ ସରକାରଙ୍କୁ ଏହି ଘଟଣାକୁ ନେଇ ନୋଟିସ ଜାରି କରିଛନ୍ତି ଏନଏଚଆରସି(NHRC) । ତେବେ ନିଜ ଆଡୁ ଏନଏଚଆରସି ମାମଲାକୁ ଗୁରତର ଭାବେ ବିବେଚନା କରି ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ନୋଟିସ ମାଧ୍ୟମରେ ଜବାବ ତଲବ କରିଛନ୍ତି ।
ଏହା ବି ପଢନ୍ତୁ:ଚାନ୍ଦା ପାଇଁ ନିର୍ଯାତନା: କଙ୍ଗାରୁ କୋର୍ଟରେ ଛେପ ପକାଇ ନାକ ଘଷିଲେ ଦଳିତ ଯୁବକ
ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଏନଏଚଆରସି ଏହି ନୋଟିସ ପଠାଇଛି । ଏଥିସହ ଘଟଣାର ତଦନ୍ତ ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦଳିତ ଯୁବକଙ୍କୁ ସରକାରୀ ନୟମ ହିସାବରେ ସହାୟତା ପ୍ରଦାନ କରିବାକୁ ଏନଏଚଆରସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
PTI