ETV Bharat / city

ହୀରାକୁଦ ନଦୀବନ୍ଧ ନିର୍ମାଣ: ବିସ୍ଥାପିତଙ୍କ ଥଇଥାନ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା NHRC - Hirakud dam displaced families

ହୀରାକୁଦ ନଦୀବନ୍ଧ ନିର୍ମାଣ ଯୋଗୁଁ ବିସ୍ଥାପିତଙ୍କ ଥଇଥାନ ନେଇ କଣ କଣ ପଦକ୍ଷେପ ଗ୍ରହଣ ହୋଇଛି, ସେନେଇ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛି ଜାତୀୟ ମାନବାଧିକାର କମିଶନ । ଡିସେମ୍ବର 7 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ହିରାକୁଦ ବନ୍ଧ ବିସ୍ଥାପିତଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା NHRC

author img

By

Published : Oct 30, 2020, 9:24 PM IST

ଭୁବନେଶ୍ବର: ହୀରାକୁଦ ନଦୀବନ୍ଧ ନିର୍ମାଣ ଯୋଗୁଁ ବିସ୍ଥାପିତଙ୍କ ଥଇଥାନ ନେଇ କଣ କଣ ପଦକ୍ଷେପ ଗ୍ରହଣ ହୋଇଛି, ସେନେଇ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛି ଜାତୀୟ ମାନବାଧିକାର କମିଶନ । ହୀରାକୁଦ ବନ୍ଧ ନିର୍ମାଣ ସମୟରେ ପାଖାପାଖି 26 ହଜାର ପରିବାର ବିସ୍ଥାପିତ ହୋଇଥିଲେ ।

ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ ଏକ ଯାଚିକା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଏନଏଚଆରସି । ତେବେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଡିସେମ୍ବର 7 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତ୍ରିପାଠୀଙ୍କ ପକ୍ଷରୁ ଦାଖଲ ଯାଚିକାରେ ଏଯାବତ ବିସ୍ଥାପିତଙ୍କର ବାକିଥିବା କ୍ଷତିପୂରଣ ଟଙ୍କା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ବିଶ୍ବର ଦୀର୍ଘତମ ନଦୀବନ୍ଧ ହୀରାକୁଦର ନିର୍ମାଣ ପାଇଁ 1.23 ଲକ୍ଷ ଏକର ଜମି ଓ 360 ଗାଁ ଅଧିଗ୍ରହଣ କରାଯାଇଥିଲା । ଏଥିରେ ପାଖାପାଖି 1 ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ତେବେ 70 ବର୍ଷ ପରେ ମଧ୍ୟ ବର୍ତ୍ତମାନ ତୃତୀୟ ପିଢି ନ୍ୟାୟ ଅପେକ୍ଷାରେ ରହିଥିବା ତ୍ରିପାଠୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.