ETV Bharat / city

ଦୁଇ ସଫେଇକର୍ମୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍ - ଦୁଇ ସଫେଇକର୍ମୀଙ୍କ ମୃତ୍ୟୁ ଘଟଣା

ଦୁଇ ସଫେଇକର୍ମୀଙ୍କ ମୃତ୍ୟୁ ଘଟଣା ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍ । ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍

author img

By

Published : Apr 12, 2021, 9:03 PM IST

ଭୁବନେଶ୍ବର: ଦୁଇ ସଫେଇକର୍ମୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍। ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍
ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ 6 ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏକ ପିଟିସନ ଜରିଆରେ ଅଭିଯୋଗ କରିଥିଲେ ଯେ ୨୦୨୧ ମାର୍ଚ୍ଚ ୧୯ରେ ବ୍ରହ୍ମେଶ୍ୱର ବାଗ୍ ଅଂଚଳରେ ଟାଙ୍କି ସଫା କରିବା ସମୟରେ ସୁନାରାମ ସଦର (୫୫) ଓ ସିଲୁପ ବିରୁଆଙ୍କର ମୃତ୍ୟୁ ଘଟିଥିଲା ।

ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ଦ୍ୱାରା ନିଯୁକ୍ତ ଏକ ଠିକାଦାର ସଂସ୍ଥା ଦ୍ୱାରା ସେମାନେ ନିଯୁକ୍ତ ହୋଇଥିଲେ । କାମ କରିବା ସମୟରେ ସେମାନେ ଅକ୍ସିଜେନ୍ ମାସ୍କ ପିନ୍ଧିନଥିଲେ କିମ୍ବା ଅନ୍ୟ ସୁରକ୍ଷା ସରଞ୍ଜାମ ନଥିଲା । ଏହି ଘଟଣାରେ ମାନୁଆଲ୍ ସ୍କାଭେଂଜର ନିଯୁକ୍ତି ନିଷେଧ ଓ ଥଇଥାନ ଆଇନ, ୨୦୧୩ର ଧାରା ୭, ୯ ଓ ୨୨ ଅନୁସାରେ ଏଫଆଇଆର୍ ହୋଇଛି କି ନାହିଁ ତାହା ଜଣାଇବା ସହ ଏହି ମାମଲାରେ କି ପଦକ୍ଷେପ ନିଆଯାଇଛି । ତାହା ଜଣାଇବାକୁ କମିଶନ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.