ETV Bharat / city

NGO କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Oct 2, 2022, 9:41 AM IST

Updated : Oct 2, 2022, 9:56 AM IST

ଭଡାଘରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ନୟାପଲ୍ଲୀ ନୂଆସାହିର ପ୍ଲଟ ନମ୍ବର ୪୭୮/ ୧୮୫୫ରେ ମିଳିଛି ଯୁବତୀଙ୍କ ମୃତଦେହ । ଅଧିକ ପଢନ୍ତୁ

NGO କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
NGO କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ଭଡାଘରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ନୟାପଲ୍ଲୀ ନୂଆସାହିର ପ୍ଲଟ ନମ୍ବର ୪୭୮/ ୧୮୫୫ରେ ମିଳିଛି ଯୁବତୀଙ୍କ ମୃତଦେହ । ମୃତ ଯୁବତୀଙ୍କ ନାମ କଳ୍ପନା ବାରିକ । ମୃତ କଳ୍ପନା ବାରିକ ଢେଙ୍କାନାଳର ବାସିନ୍ଦା ଅଟନ୍ତି । ସେ ଭୁବନେଶ୍ବରରେ ରହି ଏକ NGO ସଂସ୍ଥାରେ କାମ କରୁଥିଲେ । ତେବେ ନୟାପଲୀ ଥାନା ପୋଲିସ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ।

ଓଢଣୀରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏଘଟଣାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ । ଯୁବତୀ ରହୁଥିବା ଭଡାଘରକୁ ଟିକ ନିଖ ଛାନଭିନ କରିଛି ପୋଲିସ । ଏହା ସହିତ ମୃତ ଯୁବତୀଙ୍କ ମୋବାଇଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ତେବେ ସମାଜ ସେବାରେ ନିୟୋଜିତ ହୋଇଥିବା NGO ସଂସ୍ଥାର‌ କର୍ମଚାରୀଙ୍କ ସହିତ ଏପରି କଣ ଘଟିଲା ରହସ୍ୟର ଖିଅ ଖୋଜୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2022, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.